ପ୍ରଥମ ଦେଖାରେ କଙ୍ଗନାଙ୍କ ପ୍ରେମରେ ପଡ଼ିଥିଲେ ଏହି ବୟସ୍କ ଅଭିନେତା !

ପ୍ରେମର କିଛି ବୟସ ନାହିଁ। ଯେକୌଣସି ବୟସରେ ତାହା ହୋଇପାରେ। ଏମିତି ବି ଘଟିଥିଲା ଜଣେ ବୟସ୍କ ଅଭିନେତାଙ୍କ କ୍ଷେତ୍ରରେ। ସେ ହେଲେ ଆଦିତ୍ୟ ପାଞ୍ଚୋଲୀ। ନିକଟରେ ଆଦିତ୍ୟ କଙ୍ଗନାଙ୍କ ସହ ତାଙ୍କ ସଂପର୍କ ଉପରେ ଖୁଲାସା କରିଥିଲେ । ଆଦିତ୍ୟ କହିଥିଲେ ଯେ ୨୦୦୪ ଜୁନ୍‌ ୨୭ ତାରିଖରେ ପ୍ରଥମେ କଙ୍ଗନାଙ୍କୁ ସେ ଭେଟିଥିଲେ ମୁମ୍ବାଇର ଲାରି ରୋଡରେ । ସେ ଆଶା ଚନ୍ଦ୍ର ଆକ୍ଟିଂ ଇନଷ୍ଟିଚ୍ୟୁଟର ଜଣେ ଛାତ୍ରର ବାଇକ୍‌ ପଛରେ ଯାଉଥିଲେ । ହଠାତ୍‌ ତାଙ୍କ ପାଖକୁ ଆସି କଙ୍ଗନା ‘ ହାଏ’ ବୋଲି କହିଥିଲେ । କଙ୍ଗନା ଯେମିତି ନିଜର ନାଆଁ କହିଲେ, ସେମିତି ତାଙ୍କ କଥା ମନେ ପଡିଥିଲା ଯେ କେହି ଜଣେ ତାଙ୍କୁ ସାହାଯ୍ୟ କରିବାକୁ କହିଥିଲେ ।
ଏହାପରେ କଙ୍ଗନା ଆଦିତ୍ୟଙ୍କୁ ନିୟମିତଭାବେ ଟେଲିଫୋନ୍‌ କରିଥିଲେ ।

ପ୍ରଥମେ କଙ୍ଗନା ତାଙ୍କୁ ଖୁବ୍‌ ସୁଇଟ୍‌ ଓ ସିଂପଲ୍‌ ଲାଗୁଥିଲେ, ଯେଉଁଥିପାଇଁ ପ୍ରଥମ ଦେଖାରେ ତାଙ୍କ ପ୍ରେମରେ ସେ ପଡି ଯାଇଥିଲେ ବୋଲି ବି ସ୍ୱୀକାର କରିଥିଲେ ଆଦିତ୍ୟ ପାଞ୍ଚୋଲି ।
ପ୍ରେମରେ ପଡ଼ିବା ପରେ କଙ୍ଗନାଙ୍କ ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିଥିଲେ ଆଦିତ୍ୟ । ସେସମୟରେ ସେ ଦୁହେଁ ପତି-ପତ୍ନୀ ଭଳି ଜୀବନ ବିତାଉଥିଲେ ବୋଲି ମଧ୍ୟ ସ୍ୱୀକାର କରିଛନ୍ତି ଆଦିତ୍ୟ ପାଞ୍ଚୋଲି । କଙ୍ଗନାଙ୍କୁ ଘର କିଣିବା ପାଇଁ ୫୫ ଲକ୍ଷ ଟଙ୍କାର ଋଣ ମଧ୍ୟ ମଞ୍ଜୁର କରାଇଥିଲେ ଆଦିତ୍ୟ ।


କଙ୍ଗନା ରାନାଓ୍ଵତ୍‌ ନିଜର ବିବାଦୀୟ ଟିପ୍ପଣୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ସେ କିନ୍ତୁ ଏ କଥାକୁ ଅସ୍ୱୀକାର କରି କହିଥିଲେ ଯେ ତାଙ୍କ ବାପା ବୟସର କଳାକାର ଆଦିତ୍ୟ ପାଞ୍ଚୋଲି ତାଙ୍କୁ ଘରେ ବନ୍ଦୀ କରି ରଖିଥିଲେ । ସେ ଏଥିରୁ ରକ୍ଷା ପାଇବା ଲାଗି ଘରର ପ୍ରଥମ ମହଲାରୁ ତଳକୁ ଡେଇଁ ଥିଲେ । କଙ୍ଗନା ଆହୁରି ମଧ୍ୟ କହିଛନ୍ତି ଯେ ସେ ଆଦିତ୍ୟଙ୍କ ପତ୍ନୀ ଜରିନା ଓ୍ଵାହାବଙ୍କଠାରୁ ମଧ୍ୟ ସହାୟତା ଚାହିଁଥିଲେ, କିନ୍ତୁ ଜରିନା ତାଙ୍କୁ ସାହାଯ୍ୟ କରି ନ ଥିଲେ ।

ସମ୍ବନ୍ଧିତ ଖବର