ଲକ୍ଷ୍ନୌ: ବଲିଉଡ୍ କଣ୍ଠଶିଳ୍ପୀ କନିକା କପୁରଙ୍କ ବୟାନ ରେକର୍ଡ କରିବା ପାଇଁ ଲକ୍ଷ୍ନୌର ସରୋଜନୀ ନଗର ପୁଲିସ ସୋମବାର ତାଙ୍କ ଘରକୁ ଯାଇ ନୋଟିସ୍ ଦେଇଛି। ସରୋଜନୀନଗର ଥାନାରେ ତାଙ୍କ ବିରୋଧରେ ଦିଆଯାଇଥିବା ଏତଲା ସମ୍ବନ୍ଧରେ ଏପ୍ରିଲ୍ ୩୦ ସୁଦ୍ଧା ବୟାନ ଦେବାକୁ ନୋଟିସରେ ଦର୍ଶାଯାଇଛି। ସେ ବି ପୁଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି। କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେବା ପରେ କନିକା ଏପ୍ରିଲ୍ ୬ରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ। ନିଜ ପରିବାରର ଫଟୋ ଇନଷ୍ଟାଗ୍ରାମରେ ଛାଡ଼ି ସେ ନିଜ ବାବଦରେ ବୟାନ ଦେଇଥିଲେ। କନିକା ଲକ୍ଷ୍ନୌର ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି ଥିଲେ। ତେବେ ମୁମ୍ବାଇ ଏୟାରପୋର୍ଟରେ ତାଙ୍କୁ ଯାଞ୍ଚ ପରେ ଯଦିଓ କ୍ବାରାଣ୍ଟିନରେ ରହିବାକୁ କୁହାଯାଇଥିଲା କିନ୍ତୁ ସେ ତାହା ନମାନି ଲକ୍ଷ୍ନୌ ଓ କାନପୁରରେ ପାର୍ଟିରେ ଭାଗ ନେଇଥିଲେ। ଏହି ସମାରୋହରେ କିଛି ଅଧିକାରୀ ଓ ନେତା ସାମିଲ୍ ହୋଇଥିଲେ। ସରକାରଙ୍କ ନିର୍ଦେଶ ପାଳନ କରିଥିବାରୁ ତାଙ୍କ ନାମରେ ଏତଲା ଦିଆଯାଇଥିଲା। ଏବେ ସେ ଘରକୁ ସୁସ୍ଥ ହୋଇ ଫେରିବା ପରେ ପୁଲିସ ତାଙ୍କ ଘରକୁ ଯାଇ ନୋଟିସ ଦେଇଛି।
କଣ୍ଠଶିଳ୍ପୀ କନିକା କପୁରଙ୍କୁ ପୁଲିସ ନୋଟିସ
/sambad/media/post_attachments/wp-content/uploads/2020/04/kanika-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)