ନେହା କକ୍କରଙ୍କ ପରେ ଏବେ ଆଉ ଜଣେ ବଲିଡଡ୍‌ କଣ୍ଠଶିଳ୍ପୀଙ୍କ ହୃଦୟ ଭାଙ୍ଗିଲା

ମୁମ୍ବାଇ : ଡିସେମ୍ବର ୨୦୧୮ରେ ଅନେକ ବଲିଉଡ୍‌ ସେଲିବ୍ରିଟିଙ୍କୁ ଏକରୁ ଦୁଇ ହେବାର ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ଅନେକ ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ କିଛି ଯୋଡ଼ି ପରସ୍ପରଠାରୁ ଅଲଗା ହୋଇଥିଲେ । ସେ ମଧ୍ୟରୁ ଚର୍ଚ୍ଚାରେ ରହିଥିଲା କଣ୍ଠଶିଳ୍ପୀ ନେହା କକ୍କରଙ୍କ ବ୍ରେକ୍‌-ଅପ୍‌ ଖବର । ୪ବର୍ଷ ସେ ଅଭିନେତା ହିମାନ୍ସ କୋହଲୀଙ୍କୁ ଡ଼େଟ୍‌ କରୁଥିବା ବେଳେ କିଛି ଦିନ ତଳେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଥିବାର ଖବର ମିଳିଥିଲା । ଏମିତି କି ନେହା ହିମାନ୍ସଙ୍କୁ ଚିହ୍ନିବା ପାଇଁ ମନା କରି ଦେଇଥିଲେ । ତେବେ ନେହାଙ୍କ ପରେ ଏବେ ବେବି ଡଲ୍‌ କଣ୍ଠଶିଳ୍ପୀ କନିକା କପୁର ନିଜ ପ୍ରେମିକ ଆଦିତ୍ୟ କିଲାଚନ୍ଦଙ୍କଠାରୁ ଅଲଗା ହୋଇ ଯାଇଥିବା ଜଣାପଡ଼ିଛି । ବିବାହ ଭାଙ୍ଗିବା ପରେ ସେ ଆଦିତ୍ୟଙ୍କ ମଧ୍ୟରେ ନିଜ ଭଲ ପାଇବା ପାଇଥିଲେ । କିନ୍ତୁ ଏବେ ଦୁହେଁ ଅଲଗା ହୋଇ ଯାଇଥିବା ଚର୍ଚ୍ଚା ହେଉଛି ।

spotboye.com

ସୂଚନା ମୁତାବକ, ୧୯୯୭ରେ କନିକା ଜଣେ ଏନ୍‌ଆର୍‌ଆଇ ବ୍ୟବସାୟୀ ରାଜ୍‌ ଚାଣ୍ଡୋକ୍‌ଙ୍କୁ ବିବାହ କରିଥିଲେ । କିନ୍ତୁ ୨୦୧୨ରେ ରାଜ୍‌ ଏବଂ କନିକା ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ । ପରେ ନିଜର ୩ ପିଲାଙ୍କୁ ନେଇ କନିକା ଲଣ୍ଡନରେ ରହିବା ଆରମ୍ଭ କରିଥିଲେ । ପରେ ସେ ବଲିଉଡ୍‌ରେ ଏଣ୍ଟ୍ରି କରିବା ସହ ଆଦିତ୍ୟଙ୍କ ସହ ତାଙ୍କର ଦେଖା ହୋଇଥିଲା । କିଛି ଦିନ ପରେ ଦୁହେଁ ପରସ୍ପରକୁ ଡେଟ୍‌ କରିବା ଆରମ୍ଭ କରିଥିଲେ । ଏବେ ପୁଣି କନିକାଙ୍କ ହୃଦୟ ଭାଙ୍ଗିଥିବା ଜଣାପଡ଼ିଛି । କିନ୍ତୁ ବ୍ରେକ୍‌ ଅପ୍‌ର ପ୍ରକୃତ କାରଣ କ’ଣ ତାହା ସାମ୍ନାକୁ ଆସିନାହିଁ।

ସମ୍ବନ୍ଧିତ ଖବର