ବେଙ୍ଗାଲୁରୁରୁ ପୁଣି ଗିରଫ ହେଲେ କନ୍ନଡର ଚର୍ଚ୍ଚିତ ଅଭିନେତା

ମୁମ୍ବାଇ: କନ୍ନଡ ଅଭିନେତା ଚେତନ କୁମାରଙ୍କୁ ବେଙ୍ଗାଲୁରୁରୁ ପୁଲିସ ମାର୍ଚ୍ଚ ୨୧ ତାରିଖରେ ଗିରଫ କରିଛି। ଏହି ଘଟଣା ପରେ ଚେତନଙ୍କ ବିବାଦ ସହିତ ପୁରୁଣା ସମ୍ପର୍କ ଥିବା ବୋଲି ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି।

ଗିରଫ ଚେତନ କୁମାର ନିକଟରେ ହିନ୍ଦୁ ଧର୍ମ ବିରୋଧରେ ବିବାଦୀୟ ଟୁଇଟ୍‌ କରିଥିଲେ। ଏହି ଟୁଇଟ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ଏହି ଟୁଇଟକୁ ନେଇ ବଜରଙ୍ଗୀ ଦଳର ନେତା ପୁଲିସରେ ଅଭିଯୋଗ କରିଥ‌ିଲେ। ଏହି ଅଭି‌ଯୋଗକୁ କେନ୍ଦ୍ର କରି  ପୁଲିସ ତାଙ୍କୁ ମଙ୍ଗଳବାର ବେଙ୍ଗାଲୁରୁରୁ ଗିରଫ କରିଛି।

ମାର୍ଚ୍ଚ ୨୦ରେ ଚେତନ କୁମାର ଏକ ଟୁଇଟ୍‌ କରିଥିଲେ। ଯେଉଁଥିରେ ସେ ହିନ୍ଦୁ ଧର୍ମ ବିରୋଧରେ କିଛି ଟିପ୍ପଣୀ ଦେଇଥିଲେ, ଯାହା ତାଙ୍କୁ ମହଙ୍ଗା ପଡ଼ିଯାଇଛି। ଚେତନ କୁମାର ଟୁଇଟ୍‌ରେ ଲେଖିଥିଲେ, ହିନ୍ଦୁତ୍ୱ ସମ୍ପୂର୍ଣ୍ଣ ମିଥ୍ୟା ଉପରେ ନିର୍ମିତ ହୋଇଛି। ଭାରତୀୟ ରାଷ୍ଟ୍ର ଆରମ୍ଭ ହେଲା ଯେତେବେଳେ ରାମ ରାବଣକୁ ପରାସ୍ତ କରି ଅଯୋଧ୍ୟାକୁ ଫେରିଲେ। ଏହା ଗୋଟିଏ ମିଥ୍ୟା। ୧୯୯୨ରେ ବାବ୍ରି ମସଜିଦ ହେଉଛି,‘ ରାମଙ୍କ ଜନ୍ମଭୂମି’। ଆଉ ଏକ ମିଥ୍ୟା, ‘୨୦୨୩ ଉରିଗୌଡା-ନାନ୍‌ଜେଗୌଡା ଟିପୁର ହତ୍ୟାକାରୀ।’ ଆଉ ଏକ ମିଥ୍ୟା, ‘ହିନ୍ଦୁତ୍ୱକୁ ସତ୍ୟ ସହିତ ପରାସ୍ତ କରାଯାଇପାରେ।’

ହିନ୍ଦୁ ଧର୍ମ ବିରୋଧରେ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ପରେ କନ୍ନଡ ଚଳଚ୍ଚିତ୍ର ଅଭିନେତା ଚେତନ କୁମାରଙ୍କୁ ପୁଲିସ ଗିରଫ କରି ନେଇଛି। ଯାହା ଅଭିନେତାଙ୍କ ପ୍ରଶଂସକମାନଙ୍କୁ ଏକ ଶକ୍ତ ଧକ୍କା ଲାଗିଛି। ଅଭିନେତାଙ୍କୁ ଏଭଳି ହିନ୍ଦୁ ଧର୍ମ ବିରୋଧୀ ମନ୍ତବ୍ୟ ଦେବାର ନଥିଲା ବୋଲି କିଛି ଲୋକ ପ୍ରତିକ୍ରିୟା ଦେଇଛନ୍ତି।

ତେବେ ଏହା ପ୍ରଥମ ଘଟଣା ନୁହେଁ । ଅଭିନେତା ଚେତନ କୁମାର ଏହା ପୂର୍ବରୁ ହିଜାବ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ଅଭିନେତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା କି,ସେ ହିଜାବ ବିବାଦକୁ ନେଇ ଶୁଣାଣି କରୁଥିବା ବିଚାରପତିଙ୍କ  ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇ ଟୁଇଟ ବି କରିଥିଲେ। ଏହାପରେ ବେଙ୍ଗାଲୁରୁ ପୁଲିସ ତାଙ୍କୁ ଗିରଫ କରି ନେଇଥିଲା। ଚେତନ କୁମାର ଅନେକ ଥର ବିଭିନ୍ନ ଧର୍ମକୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର