ଲାଇଭ୍‌ ଭିଡିଓ କରି ବିଷ ପିଇ ଆତ୍ମହତ୍ୟା କଲେ ଟେଲି ଅଭିନେତ୍ରୀ

ନୂଆଦିଲ୍ଲୀ: ମନୋରଞ୍ଜନ ଜଗତର ଆଉ ଜଣେ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି। କନ୍ନଡ ଟେଲି ଅଭିନେତ୍ରୀ ଚନ୍ଦନା ବିଷ ପିଇ ଲାଇଭ୍‌ ଭିଡିଓ କରି ଆତ୍ମହତ୍ୟା କରିବା ଖବର ଟେଲି ଜଗତରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଚନ୍ଦନାଙ୍କ ମୃତ୍ୟୁ ପରେ ତାଙ୍କ ବୟଫ୍ରେଣ୍ଡ  ଦିନେଶଙ୍କ ଉପରେ ବିଭିନ୍ନ ପ୍ରକାର ଅଭିଯୋଗ ଲାଗିଥିଲା ଜଣାପଡ଼ିଛି।

Kannada Actress Chandana Suicide: लाइव वीडियो बनाकर ...
Navbharat Time

ଚନ୍ଦନା ୨୦୨୦ ମଇ ୨୮ ତାରିଖରେ ଆତ୍ମହତ୍ୟା କରିଥିଲେ ହେଁ ସୋମବାର ଜୁନ୍‌ ୧ ତାରିଖରେ ଏହା ସାମ୍ନାକୁ ଆସିଥିଲା। ଚନ୍ଦନା ବେଙ୍ଗାଲୁରୁସ୍ଥିତ ତାଙ୍କ ଘରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ଆତ୍ମହତ୍ୟା କରିବା ପୂର୍ବରୁ ଏକ ଭିଡିଓ ରେକର୍ଡ କରିଥିଲେ।

ଏହି ଭିଡିଓରେ ସେ ଆତ୍ମହତ୍ୟା କରିବାର କାରଣ ଦର୍ଶାଇଛନ୍ତି। ଚନ୍ଦନା କହିଛନ୍ତି, ଦିନେଶ ଓ ତାଙ୍କ ମଧ୍ୟରେ ଗତ ୫ବର୍ଷ ହେବ ପ୍ରେମ ସମ୍ପର୍କ ରହିଥିଲା। ଦିନେଶ ତାଙ୍କ ଠାରୁ ୫ଲକ୍ଷ ଟଙ୍କା କରଜ ନେଇଥିଲେ। ଅନେକ ଦିନ ହୋଇ ଯାଇଥିଲେ ହେଁ ସେ ଟଙ୍କା ଫେରାଉ ନ ଥିଲେ। ମାଗିବାରୁ ତାଙ୍କୁ ଧମକ ଚମକ ଦେଉଥିଲେ। ଦିନେଶ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। ଏଥିରେ ସେ ଅନ୍ତସତ୍ତ୍ୱା ବି ହୋଇ ଯାଇଥିଲେ। ଏସବୁ ଜାଣିବା ପରେ ବି ଦିନେଶ ତାଙ୍କ ସହିତ ବିବାହ କରିବେ ନାହିଁ ରୋକଠୋକ ମନା କରି ଦେଇଥିଲେ। ଚନ୍ଦନାଙ୍କ ପରିବାର ଲୋକ ବିବାହ ପ୍ରସ୍ତାବ ନେଇ ଦିନେଶଙ୍କ ଘରକୁ ଯାଇଥିଲେ ହେଁ ସେଠାରେ ସେମାନଙ୍କୁ ଦିନେଶଙ୍କ ପରିବାରଲୋକ ଖରାପ ବ୍ୟବହାର ଦେଖାଇ ତଡ଼ି ଦେଇଥିଲେ।

Kannada Actress Chandana Commit Suicide By Consuming poison ...
www.jagran.com

ପ୍ରକାଶିତ ରିପୋର୍ଟ ମୁତାବକ, ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ପରେ ଦିନେଶ ଚନ୍ଦନାଙ୍କୁ ହସ୍‌ପିଟାଲ୍‌କୁ ନେଇଥିଲେ। କିନ୍ତୁ ଚନ୍ଦନାଙ୍କର ସେଠାରେ ମୃତ୍ୟୁ ହେବା ପରେ ସେ ସେଠାରୁ ଫେରାର ହୋଇଯାଇଛନ୍ତି। ପୁଲିସ ଦିନେଶ ଓ ତାଙ୍କ ପରିବାର ବିରୋଧରେ ମାମଲା ରୁଜୁ କରିଛି।

କିଛିଦିନ ପୂର୍ବରୁ କ୍ରାଇମ୍‌ ପେଟ୍ରୋଲ ଅଭିନେତ୍ରୀ ପ୍ରେକ୍ଷା ମେହଟ୍ଟା ବି ଆତ୍ମହତ୍ୟା କରିଥିଲେ। ପ୍ରେକ୍ଷା ଲକ୍‌ଡାଉନ୍‌ ପୂର୍ବରୁ ନିଜ ଘର ଇନ୍ଦୋର ଚାଲି ଯାଇଥିଲେ। କାମ ନ ମିଳିବାରୁ ସେ ବିଚଳିତ ହୋଇ ପଡ଼ିଥିଲେ। ଶେଷରେ ଆତ୍ମହତ୍ୟା କରି ଦେଇଥିଲେ।

ସମ୍ବନ୍ଧିତ ଖବର