ପୁଣି ଆଉ ଏକ ଓଡ଼ିଆ ଯୋଡ଼ିଙ୍କ କମାଲ୍‌ ରାଜ୍ୟ ବାହାରେ ଦେଖିବାକୁ ମିଳିବ। ପ୍ରଯୋଜନା କ୍ଷେତ୍ରରେ ପ୍ରଥମ କରି ପାଦ ରଖିଥିବା ଯଶସ୍ବୀ ଫିଲ୍ମସ ପ୍ରଥମ ଅବଦାନ ‘ନବ ମାସ’ର ଟାଇଟଲ ଘୋଷଣା ଓ ମହୁରତ ହୋଇ ଯାଇଛି। ଉଭୟ କନ୍ନଡ଼ ଓ ଓଡ଼ିଆ ଭାଷାରେ ଏହି ଚଳଚ୍ଚିତ୍ର ନିର୍ମାଣ ହେବ। ଓଡ଼ିଆ ଅଭିନେତା ଉଦୟନ ଓ ଅଭିନେତ୍ରୀ ପ୍ରିୟଙ୍କା ପାଣିଗ୍ରାହୀ ଏଥିରେ ମୁଖ୍ୟ ଭୁମିକାରେ ଅଭିନୟ କରୁଛନ୍ତି। ଓଡ଼ିଆ ଓ କନ୍ନଡ଼ କଳାକାର ଏହାର ଡବିଂ କରିବେ। ଅନେକ ଚରିତ୍ରରେ ସାଉଥ କଳାକାର ଅଭିନୟ କରିବେ। ଟେଲିଭିଜନ ଦୁନିଆରେ ପରିଚିତ ପ୍ରିୟଙ୍କା ପ୍ରଥମ ଥର ପାଇଁ ବଡ଼ ପରଦାରେ ଏଣ୍ଟ୍ରି ନେବାକୁ ଯାଉଛନ୍ତି। ପୁରୁଖା ଅଭିନେତ୍ରୀ କୁନି ମିଶ୍ର ଏକ ବିଶେଷ ଭୂମିକାରେ ନଜର ଆସିବେ। ଏହି ଦ୍ୱିଭାଷୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ଏନଡି. ଉଦୟ। ସଙ୍ଗୀତ ଦେଇଛନ୍ତି ଜି. ଜି ହଷ୍ଟିଙ୍ଗସ।