ପ୍ୟାରିସ : ଆଗକୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ କାନ୍‌୍ସ ଫିଲ୍ମ ଫେଷ୍ଟିଭାଲ । ପ୍ରତି ବର୍ଷ ଏଠାରେ ହଲିଉଡ଼ ଏବଂ ବଲିଉଡ଼ର ନାମୀଦାମୀ କଳାକାର ଭିନ୍ନ ଭିନ୍ନ ଅବତାରରେ ଆସୁଥିବା ବେଳେ ରେଡ୍‌ କାର୍ପେଟରେ ସେଲ୍‌ଫି ନେଇ ଥାଆନ୍ତି । ନିଜ ଫ୍ୟାନ୍‌ମାନଙ୍କ ସହ ହେଉ ବା ନିଜେ ନିଜର ହେଉ ସେଲିବ୍ରିଟିମାନେ ସେଲ୍‌ଫି ନେବାକୁ ପସନ୍ଦ କରିଥାଆନ୍ତି । କିନ୍ତୁ ଏ ବର୍ଷ ସମସ୍ତଙ୍କର ରେଡ଼ କାର୍ପେଟରେ ସେଲ୍‌ଫି ନେବାର ଇଚ୍ଛା ଇଚ୍ଛାରେ ହିଁ ରହିଯିବ ବୋଲି ଜଣାପଡ଼ିଛି । କାରଣ ଫ୍ରାନ୍ସରେ ହେବାକୁ ଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସେଲ୍‌ଫିକୁ ବ୍ୟାନ କରାଯାଇଛି ବୋଲି ଖବର ମିଳିଛି ।

Advertisment

publive-image Newsheads

ଯିଏ ଏହି ନିୟମକୁ ଉଲ୍ଲଘଂନ କରିବ ତାଙ୍କୁ ଭିତରକୁ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ସୂଚନା ମିଳିଛି । ବୁଧବାର ୟୁରୋପ୍‌-୧ ରେଡ଼ିଓ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ଟପ୍‌ ଫେଷ୍ଟିଭାଲ ଅଫିସିଆଲ ଥିୟରି ଫ୍ରିମୌକ୍ସ । ସେଲିବ୍ରିଟିମାନେ ପାହାଚ ଚଢ଼ି ଉପରକୁ ଯାଉଥିବା ବେଳେ ସେଲ୍‌ଫି ନେଇ ଥାଆନ୍ତି । ଯାହାଦ୍ୱାରା ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ ଆରମ୍ଭ ହେବାରେ ବିଳମ୍ବ ହୋଇଥାଏ ବୋଲି ସେ କହିଛନ୍ତି । ଏହା ସହ ଚଳିତ ବର୍ଷ ନେଟ୍‌ଫ୍ଲିକ୍ସ ଚଳଚ୍ଚିତ୍ରଗୁଡ଼ିକର ପ୍ରଦର୍ଶନୀକୁ ମଧ୍ୟ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ବ୍ୟାନ କରାଯାଇଛି ବୋଲି ସେ କହିଛନ୍ତି । ଅନ୍ୟ ପକ୍ଷରେ ଫେଷ୍ଟିଭାଲଟି ମେ ୮ରୁ ଆରମ୍ଭ ହୋଇ ୧୯ ପର୍ଯ୍ୟନ୍ତ ଚାଲିବ ବୋଲି ଜଣା ପଡ଼ିଛି ।