ନୂଆଦିଲ୍ଲୀ: 'କେଜିଏଫ-୨' ଭଳି ଅର୍ଥହୀନ ଫିଲ୍ମ ମୁଁ ଦେଖେ ନାହିଁ। ଏଭଳି କହି ବିବାଦରେ 'କାନ୍ତାରା'ରେ ବନ ଅଧିକାରୀ ଚରିତ୍ରରେ ନଜର ଆସିଥିବା ଅଭିନେତା କିଶୋର କୁମାର। ବ୍ଲକବଷ୍ଟର ଫିଲ୍ମ 'କାନ୍ତାରା'ରେ ଜଙ୍ଗଲ ଅଧିକାରୀ ମୁରଲୀଧରଙ୍କ ଭୂମିକା ପାଇଁ ପ୍ରଶଂସା ସାଉଁଟିଥିବା ଅଭିନେତା କିଶୋର କୁମାର ନିକଟରେ 'କେଜିଏଫ୍ -୨'କୁ ନେଇ ନିଜର ଭାବନା ସେୟାର କରିଥିଲେ। ୨୦୨୨ର କନ୍ନଡ ବ୍ଲକବଷ୍ଟର ଥିଲା 'କେଜିଏଫ-୨'।

Advertisment

ଏହି ଫିଲ୍ମକୁ ନେଇ କିଶୋର କହିଛନ୍ତି ଯେ, ସେ କେଜିଏଫ ଭଳି ଫିଲ୍ମର କାହାଣୀ ଶୈଳୀ ପସନ୍ଦ କରନ୍ତି ନାହିଁ। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ ସେ କହିଛନ୍ତି, “ମୁଁ ଜାଣେ ନାହିଁ ଏହା ଠିକ କି ଭୁଲ କିନ୍ତୁ ମୁଁ 'କେଜିଏଫ-୨' ଦେଖି ନାହିଁ। ଏହା ମୁଁ ଦେଖିବା ଭଳି ସିନେମା ନୁହେଁ। ଏହା ଏକ ବ୍ୟକ୍ତିଗତ ପସନ୍ଦ। ସମସ୍ତଙ୍କ ପସନ୍ଦ ଭିନ୍ନ। ମେ‌ାତେ 'କେଜିଏଫ-୨' ଭଳି ଫିଲ୍ମ ଦେଖିବାକୁ ଭଲ ଲାଗେ ନାହିଁ। ଏଭଳି ବ୍ଲକବଷ୍ଟର ଫିଲ୍ମ ପରିବର୍ତ୍ତେ ମୁଁ ବରଂ ଏକ ଛୋଟ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରିବି, ଯାହା ହିଟ୍ ହୋଇନଥିଲେ ବି ତାହାର ବିଷୟବସ୍ତୁ ଗୁରୁତ୍ବପୂର୍ଣ୍ଣ ଥିବ। ଅର୍ଥହୀନ ଫିଲ୍ମ ନଦେଖି ମୁଁ ଗୁରୁତ୍ବପୂର୍ଣ୍ଣ ବିଷୟବସ୍ତୁ ଥିବା ଫିଲ୍ମ ଦେଖିବାକୁ ପସନ୍ଦ କରିବି।

୨୦୨୨ର ବ୍ଲକବଷ୍ଟର ଫିଲ୍ମକୁ ନେଇ ପ୍ରକାଶ କୁମାରଙ୍କ ଏଭଳି ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହା ଉପରେ 'କେଜିଏଫ-୨' ଅଭିନେତା ୟଶ ଓ ନିର୍ମାତା ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖିନଥିବା ଜଣାପଡ଼ିଛି।