ନୂଆଦିଲ୍ଲୀ: ଋଷଭ ସେଟ୍ଟୀଙ୍କ ଫିଲ୍ମ 'କନ୍ତାରା' ବକ୍ସ ଅଫିସରେ ଦର୍ଶକଙ୍କ ମନ ଜିଣୁଥିବା ଦେଖିବାକୁ ମିଲୁଛି । କନ୍ନଡରେ ବହୁ ସଫଳତା ପାଇବା ପରେ ଏହି ଚଳଚ୍ଚିତ୍ର ହିନ୍ଦୀ ଓ ତେଲୁଗୁ ଭାଷାରେ ମଧ୍ୟ ମୁକ୍ତିଲାଭ କରିଛି। ଚଳଚ୍ଚିତ୍ରରେ ଲୀଲା ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ସପ୍ତମୀ ଗୌଡାଙ୍କ ସୁନ୍ଦର ଅଭିନୟକୁ ତାଙ୍କ ପ୍ରଶଂସକମାନେ ଖୁବ ପ୍ରଶଂସା କରୁଛନ୍ତି। ସପ୍ତମୀ କେବଳ ଚଳଚ୍ଚିତ୍ରରେ ନୁହେଁ ବାସ୍ତବ ଜୀବନରେ ମଧ୍ୟ ଅତି ସରଳ ଜୀବନଯାପନ କରିବାକୁ ପସନ୍ଦ କରନ୍ତି।
ତେବେ ଆସନ୍ତୁ ଜାଣିବା 'କନ୍ତାରା' ଚଲଚ୍ଚିତ୍ରରେ ଲୀଲା ଚରିତ୍ରରେ ଅଭିନୟ କରିଥିବା ସପ୍ତମୀ ଗୌଡାଙ୍କ ବିଷୟରେ ଜାଣିବା କିଛି ରୋଚକ କଥା। ପିଲାବେଳୁ ସେ ବାଙ୍ଗାଲୋରର ଉମେଶ ଏସ.କେ ଡୁଡି ଓ ପରେ ଶାନ୍ତା ମଦୋୟାଙ୍କ ଘରେ ରହୁଥିଲେ। ତାଙ୍କ ପିତା ସହକାରୀ ପୁଲିସ କମିଶନର ଭାବେ କାମ କରନ୍ତି । ସପ୍ତମୀ ଗୌଡା ବଲଡୱିନ୍ ବାଳିକା ଉଚ୍ଚ ବିଦ୍ୟାଳୟରେ ପଢିବା ପରେ ବାଙ୍ଗାଲୋର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ସିଭିଲ୍ ଇଞ୍ଜିନିୟରିଂ କରିଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସପ୍ତମୀ ଗୌଡା କେବଳ ଜଣେ ମହାନ ଅଭିନେତ୍ରୀ ନୁହଁନ୍ତି ବରଂ ଜାତୀୟ ସ୍ତରର ସନ୍ତରଣକାରୀ ମଧ୍ୟ ଅଟନ୍ତି ।
/sambad/media/post_attachments/wp-content/uploads/2022/10/ful.jpg)
ସପ୍ତମୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟର ଫଟୋରୁ ଅନୁମାନ କରିହେବ ତାଙ୍କ ବ୍ୟକ୍ତିତ୍ବ ବିଷୟରେ । ସେ ତାଙ୍କ ଇନଷ୍ଟା ପ୍ରୋଫାଇଲରେ ପରିବାର ସହିତ ଅନେକ ଫଟୋ ସେୟାର କରିଛନ୍ତି। ଫିଲ୍ମର ସଫଳତା ପରେ ମଧ୍ୟ ସପ୍ତମୀଙ୍କ ବ୍ୟକ୍ତିଗତ ଜୀବନରେ କୌଣସି ବିଶେଷ ପରିବର୍ତ୍ତନ ହୋଇନାହିଁ । ଏକ ସାକ୍ଷାତକାରରେ ତାଙ୍କ ପରିବାର ବିଷୟରେ ସୂଚନା ଦେଇ ସପ୍ତମୀ କହିଛନ୍ତି, ଫିଲ୍ମ ରିଲିଜ ହେବା ପରେ ମଧ୍ୟ ସେ ଘରର ପ୍ରାୟ ସମସ୍ତ କାମ କରନ୍ତି, ଯେପରି ସେ ପୂର୍ବରୁ କରିଆସାରିଛନ୍ତି । ସପ୍ତମୀ ଏକ ସାକ୍ଷାତକାରରେ କହିଛନ୍ତି ଯେ, “ଋଷବ ସେଟ୍ଟୀ ତାଙ୍କ ଫିଲ୍ମରେ ଏକ ଚେହେରା ଖୋଜୁଥିଲେ ଯାହା ଫିଲ୍ମ ପାଇଁ ଉପଯୁକ୍ତ, ସେ ମୋର ଫଟୋ ଇନଷ୍ଟାଗ୍ରାମରେ ପାଇଲେ ଏବଂ ଏହିପରି ସାର୍ ମୋତେ ସୁଯୋଗ ଦେଇଥିଲେ । କିନ୍ତୁ କନ୍ନଡର ମୂଳ ଚଳଚ୍ଚିତ୍ର ହେଉଛି ମାଙ୍ଗାଲୋର କନ୍ନଡ କିନ୍ତୁ ମୁଁ ବାଙ୍ଗାଲୋରର, ତେଣୁ ଭାଷାକୁ ନେଇ ଅସବୁଧା ଥିଲା । ତେଣୁ ପ୍ରାୟ ଦୁଇ ମାସ ଧରି ଚରିତ୍ର ଏବଂ ଭାଷା ଉପରେ ଅଭ୍ୟାସ ଚାଲିଥିଲା। ପରେ ଫିଲ୍ମରୁ ମତେ ବହୁତ କିଛି ଶିଖିବାକୁ ଏବଂ ବୁଝିବାକୁ ମିଳିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/full.jpg)