‘ଉରୀ’, ‘କେଜିଏଫ-୨’ ଓ ‘ବାହୁବଲୀ-୨’ ବକ୍ସ ଅଫିସ ରେକର୍ଡ ଭାଙ୍ଗିଲା ‘କାନ୍ତାରା’

ନୂଆଦିଲ୍ଲୀ: ସେପ୍ଟେମ୍ବର ୩୦ରେ ଋଷବ ସେଟ୍ଟୀଙ୍କ ଅଭିନୀତ-ନିର୍ଦ୍ଦେଶିତ ଫିଲ୍ମ ‘କାନ୍ତାରା’ ପରଦାକୁ ଆସି କର୍ଣ୍ଣାଟକର ଏକ ପ୍ରମୁଖ ବ୍ଲକବଷ୍ଟର ଭାବରେ ଉଭା ହୋଇଥିଲା। ଲୋକପ୍ରିୟତାକୁ  ଏହାକୁ ପରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ୍ କରାଯିବା ପରେ ଏହା ନୂଆ ରେକର୍ଡ ସୃଷ୍ଟି କରିଛି। ଦିନକୁ ଦିନ ଫିଲ୍ମର ଲୋକପ୍ରିୟତା ବଢ଼ୁଥିବା ଦେଖିବାକୁ ମିଳୁଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେବା ସହ ଅଭିନୟ କରିଛନ୍ତି ଋଷବ ସେଟ୍ଟୀ। ତାଙ୍କ ଅଭିନୟ ଏବଂ ଫିଲ୍ମର କାହାଣୀକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ତେବେ ବକ୍ସ ଅଫିସର କିଙ୍ଗ ପାଲଟିଥିବା ‘କ‌ାନ୍ତାରା’ ଏବେ ‘ଉରୀ’, ‘କେଜିଏଫ-୨’ ଓ ‘ବାହୁବଲୀ-୨’କୁ ପଛରେ ପକାଇଛି।

ଭାରତୀୟ ବକ୍ସ ଅଫିସରେ ‘କାନ୍ତାରା’ ୬ ସପ୍ତାହ ପୂରଣ କରିନାହିଁ। ଷଷ୍ଠ ସପ୍ତାହର ପ୍ରଥମ ୩ଦିନରେ ‘କ‌ାନ୍ତାରା’ ଭାରତୀୟ ବକ୍ସ ଅଫିସରେ ୧୭.୫୪ କୋଟି ଟଙ୍କା ସଂଗ୍ରହ କରିଛି। ୨୦୧୯ରେ ରିଲିଜ ହୋଇଥିବା ବିକି କୌଶଲଙ୍କ ‘ଉରୀ: ଦ ସର୍ଜିକାଲ୍ ଷ୍ଟ୍ରାଇକ୍’ ଷଷ୍ଠ ସପ୍ତାହରେ ୧୧.୬୦ କୋଟି ଟଙ୍କା ରୋଜଗାର କରି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିଲା। ଯେତେବେଳେ ଏହି ରେକର୍ଡ ତିଆରି ହେଲା, ଅନେକ ବକ୍ସ ଅଫିସ୍ ବିଶେଷଜ୍ଞ ଏହାକୁ ଚମତ୍କାର ବୋଲି କହିଥିଲେ। କେବଳ ଉରୀ ନୁହେଁ ‘କେଜିଏଫ-୨’ ଓ ‘ବାହୁବଲୀ-୨’ ଭଳି ବଡ଼ ବଜେଟ ଫିଲ୍ମର ଷଷ୍ଠ ସପ୍ତାହର ବକ୍ସ ଅଫିସ ଆୟଠାରୁ ‘କ‌ାନ୍ତାରା’ ଅଧିକ ଆୟ କରିଛି। ‘ବାହୁବଲୀ-୨’ ଷଷ୍ଠ ସପ୍ତାହରେ ୧୧ କୋଟି ଆୟ କରିଥିବା ବେଳେ ‘କେଜିଏଫ-୨’ ୭.୮୮କୋଟି ଟଙ୍କା ଆୟ କରିଥିଲା।

ସମ୍ବନ୍ଧିତ ଖବର