ମହେଶ ବାବୁଙ୍କ ପରେ ବଲିଉଡକୁ ନା କହିଲେ ‘କାନ୍ତାରା’ ଷ୍ଟାର ରିଷଭ ସେଟ୍ଟୀ

ନୂଆଦିଲ୍ଲୀ: ସେପ୍ଟେମ୍ବର ୩୦ରେ ଋଷବ ସେଟ୍ଟୀଙ୍କ ଅଭିନୀତ-ନିର୍ଦ୍ଦେଶିତ ଫିଲ୍ମ ‘କାନ୍ତାରା’ ପରଦାକୁ ଆସି କର୍ଣ୍ଣାଟକର ଏକ ପ୍ରମୁଖ ବ୍ଲକବଷ୍ଟର ଭାବରେ ଉଭା ହୋଇଥିଲା। ଲୋକପ୍ରିୟତାକୁ  ଏହାକୁ ପରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ୍ କରାଯିବା ପରେ ଏହା ନୂଆ ରେକର୍ଡ ସୃଷ୍ଟି କରିଛି। ଦିନକୁ ଦିନ ଫିଲ୍ମର ଲୋକପ୍ରିୟତା ବଢ଼ୁଥିବା ଦେଖିବାକୁ ମିଳୁଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେବା ସହ ଅଭିନୟ କରିଛନ୍ତି ଋଷବ ସେଟ୍ଟୀ। ତାଙ୍କ ଅଭିନୟ ଏବଂ ଫିଲ୍ମର କାହାଣୀକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ତାଙ୍କ ଲୋକପ୍ରିୟତାକୁ ଦେଖି ବଲିଉଡରୁ ତାଙ୍କୁ ଫିଲ୍ମ ଅଫର କରାଯାଇଥିବା ବେଳେ ସେ ନାଁ କହିଥିବା ଜଣାପଡ଼ିଛି।

ଟାଇମ୍ସ ନାଓ ଚ୍ୟାନେଲକୁ ସ‌ାକ୍ଷାତକାର ଦେଇ ରିଷଭ କହିଛନ୍ତି ଯେ, କନ୍ନଡ ଚଳଚ୍ଚିତ୍ର କରି ସେ ଗର୍ବିତ। ସେ କେବଳ କନ୍ନଡ ଚଳଚ୍ଚିତ୍ର କରିବାକୁ ଚାହୁଁଛନ୍ତି। କାରଣ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ କନ୍ନଡ ଲୋକଙ୍କ କାରଣରୁ ଆଜି ସେ ଏଠାରେ ପହଞ୍ଚିଛନ୍ତି। ସେ କହିଛନ୍ତି ଯେ ହଠାତ୍ ଏକ ଫିଲ୍ମ ହିଟ୍ ହୋଇଯିବାର ଅର୍ଥ ନୁହେଁ ଯେ ମୋର ସାଙ୍ଗ ଏବଂ ଘନିଷ୍ଠ ବ୍ୟକ୍ତି ବଦଳିଯିବେ। କନ୍ନଡ ସିନେମା ମୋ ଭିତରେ ରହିଛି ଏବଂ ରହିବ। ମୋର ବଲିଉଡ ଫିଲ୍ମ କରିବାର ଇଚ୍ଛା ନାହିଁ। ଯଦି ହିନ୍ଦୀ ବୁଝୁଥିବା ଲୋକେ ମୋ ଫିଲ୍ମକୁ ପସନ୍ଦ କରୁଛନ୍ତି, ତେବେ ଆଗକୁ ହିନ୍ଦୀ ଭାଷାରେ ଫିଲ୍ମ ରିଲିଜ କରିବୁ। ନଚେତ୍ କନ୍ନଡ ଭାଷାରେ ହିଁ ମୋ ଫିଲ୍ମ ରିଲିଜ ହେବ।

ଏହା ପୂର୍ବରୁ ସାଉଥ ସୁପରଷ୍ଟାର ମହେଶ ବାବୁ ମଧ୍ୟ ବଲିଉଡ ଫିଲ୍ମ କରିବାକୁ ଚାହୁଁନଥିବା କହିଥିଲେ।

 

ସମ୍ବନ୍ଧିତ ଖବର