ନୂଆଦିଲ୍ଲୀ:ନିକଟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାଉଡ଼ିଆ ଯାତ୍ରା ମାର୍ଗରେ ଥିବା ସମସ୍ତ ଭୋଜନାଳୟକୁ ସେମାନଙ୍କ ମାଲିକଙ୍କ ନାମ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Advertisment

ଏହି ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ଖାଦ୍ୟ ଦୋକାନ ବୋର୍ଡରେ ମାଲିକଙ୍କ ନାମ ରଖିବାକୁ ପଡିବ। କାଉଡ଼ିଆ ଶ୍ରଦ୍ଧାଳୁଙ୍କ ପବିତ୍ରତା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଣିକି ରେଷ୍ଟୁରାଣ୍ଟ, ରାସ୍ତାକଡ଼ ଢାବା ହେଉ କିମ୍ବା ଖାଦ୍ୟ ଗାଡ଼ି, ପ୍ରତ୍ୟେକ ଭୋଜନାଳୟ ମାଲିକଙ୍କ ନାମ ଦେଖାଇବାକୁ ବାଧ୍ୟ ।

ସୋସିଆଲ ମିଡିଆ ବ୍ୟବହାରକାରୀ ସୋନୁଙ୍କ ବୟାନ ସହିତ ଏହାକୁ ଯୋଡ଼ି ‌ଟ୍ରୋଲ କରୁଛନ୍ତି। ଅଭିନେତା ସୋନୁ ସୁଦ ଗତକିଛିଦିନ ହେବ ଏକ୍ସରେ ଟ୍ରେଣ୍ଡ କରୁଛନ୍ତି। ଏହାର କାରଣ ହେଉଛି ସୋସିଆଲ ମିଡିଆ ପ୍ଲାଟଫର୍ମ  ଏକ୍ସରେ ସେ ଏକ ପାଷ୍ଟ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ, ‘ପ୍ରତ୍ୟେକ ଦୋକାନରେ କେବଳ ଗୋଟିଏ ‌ନେମପ୍ଲେଟ ରହିବା କଥା ତାହା ହେଉଛି ମାନବତା।

ସୋନୁଙ୍କ ଏହି ବୟାନ ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଟ୍ରୋଲ କରି ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ରୁଟିରେ ଛେପ ଲଗାଉଥିବା ଦେଖିବାକୁ ମିଳୁଛି। ଏହାର ଉତ୍ତର ଦେଇ ସୋନୁ ସୁଦ ଲେଖିଥିଲେ, ‘ପ୍ରଭୁ ଶ୍ରୀରାମ ସବରି ଅଇଁଠା ଖାଇଥିଲେ। ମୁଁ କାହିଁକି ଖାଇ ପାରିବି ନାହିଁ। ହିଂସାକୁ ଅହିଂସାରେ ପରଜୟ କରାଯାଇପାରେ।  କିନ୍ତୁ ମାନବିକତା ବଜାୟ ରଖିବା ଉଚିତ ଜୟ ଶ୍ରୀ ରାମ।’

ସୋନୁଙ୍କ ଏହି ବୟାନ ପରେ ଲୋକେ ତାଙ୍କୁ ଘେରି ଯାଇଛନ୍ତି। କହିଛନ୍ତି ସବରିର କୋଳିରେ ଶ୍ରଦ୍ଧା ଥିଲା। ଛେପ ଓ ଶ୍ରଦ୍ଧା ମଧ୍ୟରେ ଫରକ ରହିଥାଏ।

ଏହାକୁ ନେଇ ବିବାଦ ବଢ଼ିବା ପରେ ସୋନୁ ସଫେଇ ଦେଇ କହିଛନ୍ତି, ‘ମୁଁ ଖାଦ୍ୟରେ ଛେପ ପକାଉଥିବାଙ୍କୁ କଦାପି ଠିକ ବୋଲି କହି ନାହିଁ। ସେମାନେ ଯାହା କରନ୍ତି ତାହା ସେମାନଙ୍କ ଚରିତ୍ର। ଯାହାକି କଦାପି ବଦଳିବ ନାହିଁ। ଯେଉଁଥିପାଇଁ ତାଙ୍କୁ ଦଣ୍ଡ ଦେବା ବି ଉଚିତ। କିନ୍ତୁ ମଣିଷର ମାନବିକତା ମାନବିକତା ହୋଇ ରହିବା ଉଚିତ। ଯେତେ ସମୟ ଆମକୁ ପରସ୍ପରକୁ ବୁଝାଇବାରେ ଲାଗିଥାଏ ସେତିକି ସମୟରେ ଆବଶ୍ୟକ ଥିବା ଲୋକଙ୍କୁ ସାହାଯ୍ୟ କରନ୍ତୁ।