ମୁମ୍ବାଇ: ପତ୍ନୀ ଗିନି ଚତର୍ଥଙ୍କ ସହ ଶଶୁରଘର ଜଲନ୍ଧରରେ ପହଞ୍ଚି ବହୁତ ସାରା ପରଟା ଖାଇଛନ୍ତି କମେଡି କିଙ୍ଗ୍‌ କପିଲ୍‌ ଶର୍ମା। ଗତ କିଛି ଦିନ ହେବ ଇଣ୍ଟରନେଟ୍‌ରେ ଭାଇରାଲ୍‌ ହେଉଥିବା ଚର୍ଚ୍ଚିତ ‘ହାର୍ଟ ଆଟାକ୍‌ ପରାଠା’ର ମଜା ସେ ନିଜ ପତ୍ନୀଙ୍କ ସହ ମିଶି ନେଇଛନ୍ତି। କପିଲ୍‌ ବୀର ଦବିନ୍ଦରଙ୍କ ପରଟା ଖାଇବା ପ‌ରେ ତ‌ାଙ୍କର ଖୁବ୍ ପ୍ରଶଂସା କରିଛନ୍ତି। ଏହା ପରେ କମେଡି କିଙ୍ଗ୍ ରାସ୍ତାରେ ଛିଡ଼‌ା ହୋଇ ଚାହାର ମଜା ବି ନେଇଥିଲେ।

Advertisment

‌ଗଣମାଧ୍ୟମ ସଂସ୍ଥା ‘ଦୈନିକ ଭାସ୍କର’ ସହ କଥା ହୋଇ କପିଲ ଶର୍ମା କହିଛନ୍ତି ଯେ ସେ ମୁମ୍ବାଇରେ ଥିବା ବେଳେ ସୋସିଆଲ ମିଡିଆରେ ଜଲନ୍ଦରଙ୍କ ‘ହାର୍ଟ ଆଟାକ୍ ପରାଠା’ର ଭିଡିଓ ଦେଖିଥିଲେ। ଏହି ଭିଡିଓ ଦେଖିବା ପରେ ସେ ଜଲନ୍ଧର ଆସିଲେ ଏହାର ସ୍ୱାଦ ଚାଖିବାକୁ ସ୍ଥିର କରିଥିଲେ। ଶେଷରେ କପିଲ୍‌ ନିଜର ଇଚ୍ଛା ପୂରା କରିଛନ୍ତି।

ଆପଣ ଜାଣନ୍ତି କି ଏହି ‘ହାର୍ଟ ଆଟାକ୍‌ ପରାଠା’ କ’ଣ? ଗତକିଛି ଦିନ ହେବ ସୋସିଆଲ୍‌ ମିଡିଆରେ ଏହି ପରଟାରେ ଚର୍ଚ୍ଚା ହେଉଛି। ବୀର ଦବିନ୍ଦର ନାମକ ବ୍ୟକ୍ତି ଦେଶୀ ଘିଅରେ ରାତି ସମୟରେ ପରଟା ତିଆରି କରି ତାହାକୁ ବିକ୍ରି କରୁଛନ୍ତି। ଏହା ପୂର୍ବରୁ ଦବିନ୍ଦର ଏକ ହୋଟେଲ୍‌ରେ କାମ କରୁଥିଲେ। ହେଲେ ପରେ ସେ ନିଜ କାମ ଆରମ୍ଭ କଲେ। ଆପଣ ଜାଣନ୍ତି ଯେ କପିଲଙ୍କ ଶଶୁରଘର ଜଲନ୍ଧରରେ। ତାଙ୍କ ପତ୍ନୀ ଗିନି ସେଠାକାର ବାସିନ୍ଦା ଥିଲେ।