କୃଷ୍ଣା ଅଭିଷେକଙ୍କ ସହ ଏକାଠି ଆସିବେ କପିଲ ଶର୍ମା

ମୁମ୍ବାଇ: ଷ୍ଟାଣ୍ଡ ଅପ୍‌ କମେଡିଆନ୍‌ ଏଇ ଦୀପାବଳି ବେଳକୁ ତାଙ୍କର କମେଡି ସୋ’ ‘ଦ କପିଲ ଶର୍ମା ସୋ’ର ନୂଆ ସିଜିନ୍‌ ନେଇ ଛୋଟ ପରଦାକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି। ଏହା କପିଲଙ୍କ କମ୍‌ବ୍ୟାକ୍‌ ହେବ। ତା’ଛଡ଼ା ଏଥିରେ ଦର୍ଶକଙ୍କ ପାଇଁ କିଛି ସରପ୍ରାଇଜ୍‌ ବି ରଖିଛନ୍ତି କପିଲ ଶର୍ମା।

ପ୍ରଥମ କଥା ହେଲା ଏହି ସୋ’ରେ କପିଲ ଶର୍ମାଙ୍କ ସହିତ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ କୃଷ୍ଣା ଅଭିଷେକ ବି ନଜର ଆସିବେ। ଏ ଦୁହେଁ ଏକାଠି ନଜର ଆସିବେ ଏହି ସୋ’ରେ। ମିଳିଥିବା ସୂଚନା ଅନୁଯାୟୀ କୃଷ୍ଣା ଅଭିଷେକ ଓ ଭାରତୀ ସିଂହ ଏଥିପାଇଁ ରାଜି ହୋଇଛନ୍ତି। କିଛି ବର୍ଷ ପରେ କପିଲ, ଭାରତୀ ଓ କୃଷ୍ଣାଙ୍କୁ ଏକାଠି ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ। ଏହି ତିନିଜଣ ନାମୀ କମେଡିଆନ୍‌ ଏକାଠି କମେଡି ସର୍କସରେ କାମ କରିଥିଲେ।

‘ଦି କପିଲ ଶର୍ମା ସୋ’ରେ ଅନ୍ୟ କୌଣସି କଳାକାର ରହିବେ ନାହିଁ ବୋଲି ଜଣାଯାଇଛି। କୁହାଯାଉଛି ଯେ ଏମାନଙ୍କ ବ୍ୟତୀତ ଅବଶ୍ୟ ପ୍ରତି ଏପିସୋଡ୍‌ରେ ସେଲିବ୍ରେଟି ଗେଷ୍ଟ ବି ନଜର ଆସିବେ।

କୁହାଯାଉଛି ଯେ ଚାନେଲ୍‌ କର୍ତ୍ତୃପକ୍ଷ ଏଥର କେବଳ କପିଲ ଶର୍ମାଙ୍କ ଉପରେ ସୋ’ର ଦାୟିତ୍ୱ ଦେବାକୁ ପ୍ରସ୍ତୁତ ନୁହଁନ୍ତି। ଏଥିପାଇଁ କୃଷ୍ଣା ଓ ଭାରତୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି।

ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ, ଏହି ସୋ’ର ନାଆଁ ବି ବଦଳିପାରେ। କିନ୍ତୁ କପିଲ ଓ କୃଷ୍ଣାଙ୍କ ଯୋଡ଼ିକୁ ଛୋଟ ପରଦାର ଦର୍ଶକ ପୁଣି ଥରେ ଦେଖି ନିଶ୍ଚିତ ଭାବେ ଖୁସି ହେବେ। ଏ ଦୁଇ ଷ୍ଟାଣ୍ଡଅପ କମେଡିଆନ୍‌ଙ୍କ ଭିତରେ ଆଗରୁ ଶୀତଳ ଯୁଦ୍ଧ ଲାଗିଥିଲା। ଦେଖାଯାଉ ଏଥର ଦୁହିଁଙ୍କର ଟିଉନିଂଗ୍‌ କିପରି ହେଉଛି।

……………………………………………………

ସମ୍ବନ୍ଧିତ ଖବର