ନିଜ ପିତାଙ୍କ ମୃତ୍ୟୁ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ କପିଲ୍‌

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ୍‌ ଶର୍ମା ପୁଣି ଥରେ ଟିଭି ପରଦାରେ ନଜର ଆସିବେ। ସେ ତାଙ୍କର ନୂଆ ସୋ’ ‘ଫ୍ୟାମିଲ୍‌ ଟାଇମ୍‌ ଉଇଥ୍‌ କପିଲ୍‌’ ଜରିଆରେ ଦର୍ଶକଙ୍କୁ ମନୋରଞ୍ଜନ କରାଇବେ। ଆପଣ ତ ଜାଣିଥିବେ ନିଶ୍ଚୟ କି ଗତବର୍ଷ କପିଲ୍‌ଙ୍କର ୨ଟି ସୋ’ ବନ୍ଦ ହୋଇ ଯାଇଥିଲା। ତେବେ, କପିଲଙ୍କ ସଂପର୍କରେ ଏକ ସତ୍ୟ ଜାଣିଲେ ଆପଣ ଚକିତ ହୋଇଯିବେ।

୨୦୧୪ ମସିହାରେ କପିଲ୍‌ ଶର୍ମା ଏକ ଇଂରାଜି େଓ୍ଵବ୍‌ସାଇଟ୍‌କୁ ସାକ୍ଷାତକାର ଦେଇ କହିଥିଲେ କି ସେ ଗୋଟାଏ ସମୟରେ ନିଜ ବାପାଙ୍କ ମରଣ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ। କପିଲ୍‌ଙ୍କ ବାପା କର୍କଟ ରୋଗରେ ପୀଡ଼ିତ ଥିବାରୁ ସେ ଖୁବ୍‌ କଷ୍ଟ ପାଉଥିଲେ ଆଉ ବାପାଙ୍କ ଯନ୍ତ୍ରଣା ସହ୍ୟ କରି ପାରୁନଥିଲେ କପିଲ୍‌। ବାପାଙ୍କ ଶୀଘ୍ର ତାଙ୍କ ପାଖକୁ ନେଇଯାଆନ୍ତୁ ବୋଲି ବାରମ୍ବାର ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ କପିଲ୍‌।କପିଲ୍‌ କହିଛନ୍ତି କି ତାଙ୍କ ବାପା ଜଣେ ପୁଲିସ୍‌ ଥିବାରୁ ସେ ଛୋଟ ବେଳେ ତାଙ୍କୁ ଖୁବ୍‌ ଭୟ କରୁଥିଲେ। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ଜାଣିବାକୁ ପାଇଲେ ଯେ ତାଙ୍କ ବାପା ଅତ୍ୟନ୍ତ ସ୍ନେହୀ।

ସମ୍ବନ୍ଧିତ ଖବର