ବିବାହ ପରେ କମେଡି କିଙ୍ଗ୍‌ କପିଲଙ୍କ ଭିତରେ ଆସିଛି ଏହି ସବୁ ପରିବର୍ତ୍ତନ, ରାଜ୍‌ ଖୋଲିଲେ ଭାରତୀ

ମୁମ୍ବାଇ: ପୂର୍ବରୁ ସଦା ନିଜର ଜବରଦସ୍ତ କମେଡି ପାଇଁ ଚର୍ଚ୍ଚାରେ ରହୁଥିବା କପିଲ ଶର୍ମା ଏବେ ତାଙ୍କ ବୈବାହିକ ଜୀବନକୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହୁଥିବାର ଦେଖିବାକୁ ମିଳିଛନ୍ତି। ଯଦିଓ କପିଲଙ୍କ ‘ଦ କପିଲ ଶମା’ ସୋ’ ଟିଆର୍‌ପି ଦୃଷ୍ଟିରୁ ସେତେଟା ଆଗରେ ନାହିଁ ତଥାପି କପିଲ ଏବେ ବି ଲୋକଙ୍କ ମନୋରଞ୍ଜନର ଖୋରକ ହୋଇ ଅଛନ୍ତି।

କପିଲଙ୍କ ସଂପର୍କରେ ମଜାଦାର କଥା କହି ମନୋରଞ୍ଜନ କରାଇଛନ୍ତି କମେଡିଆନ୍‌ ଭାରତୀ ସିଂହ। ଭାରତୀ କପିଲଙ୍କ ସଂପର୍କରେ ଅନେକ ଗୁଡ଼ିଏ ରାଜ୍‌ର ଖୁଲାସା କରିଛନ୍ତି। ସେ କହିଛନ୍ତି କି କପିଲ ବିବାହ ପରେ ଏକଦମ ବଦଳି ଯାଇଛନ୍ତି। ସେ ଆଉ ପୂର୍ବ ପରି ନାହାଁନ୍ତି। ଆପଣ ଜାଣିଥିବେ ନିଶ୍ଚୟ କମେଡି କିଙ୍ଗ୍‌ କପିଲ୍‌ ଶର୍ମା ଗତ ଡିସେମ୍ବରରେ ତାଙ୍କ ଦୀର୍ଘକାଳୀନ ପ୍ରେମିକା ଗିନି ଚତୁର୍ଥଙ୍କୁ ବିବାହ କରିଛନ୍ତି।

ଭାରତୀଙ୍କ କହିବା ମୁତାବକ, ‘କପିଲ ଏବେ ନିୟମିତ ସମୟରେ ସୁଟିଂ ସେଟ୍‌ରେ ପହଞ୍ଚୁଛନ୍ତି। ଠିକ୍‌ ସମୟରେ ସୁଟିଂ ସାରି ବି ଦଉଛନ୍ତି। ସେ ପୂର୍ବ ଅପେକ୍ଷା ବେଶି ଅନୁଶାସିତ ହୋଇ ପଡ଼ିଛନ୍ତି।’ ଭାରତୀ କପିଲଙ୍କ ପତ୍ନୀ ଗିନିଙ୍କ ପ୍ରଶଂସା କରି କହିଛନ୍ତି କି ସେ ଖୁବ୍‌ ସୁଇଟ୍‌। ସେ ସେଟ୍‌କୁ କେବଳ କପିଲ୍‌ଙ୍କ ପାଇଁ ନୁହେଁ, ଆମ ପାଇଁ ବି ଖାଦ୍ୟ ପଠାଉଛନ୍ତି।

ସମ୍ବନ୍ଧିତ ଖବର