କମେଡ଼ି ସୋ’ ‘ଦ କପିଲ୍ ଶର୍ମା ସୋ’ର ସୁଟିଂ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସୁଟିଂର ପ୍ରଥମ ଦିନ କପିଲ ଶର୍ମା ଭାରତୀ ସିଂହଙ୍କ ସହ ଏକ ମଜାଦାର ଭିଡିଓ ପ୍ରସ୍ତୁତ କରିଛନ୍ତି। ସେଇ ଭିଡିଓରେ ଦୁହେଁ ଛୋଟ ପିଲା ରୂପରେ ନଜର ଆସିଛନ୍ତି। ଭିଡିଓରେ କପିଲ ଭାରତୀଙ୍କୁ ପଚାରୁଛନ୍ତି, ଆପଣଙ୍କ ଏହି ସୁନ୍ଦର ହସର ରାଜ୍ କ’ଣ? ଏହା ଜବାବରେ ଭାରତୀ ସିଂହ ଖୁବ୍ ହସୁଛନ୍ତି। ଯାହା ଦେଖିବା ପରେ ପ୍ରଶଂସକ ବି ହସିହସି ଗଡ଼ି ଯାଉଛନ୍ତି। କପିଲଙ୍କ ଏହି ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ପ୍ରଶଂସକ ନୂଆ ଏପିସୋଡ୍ ଆସିବା ନେଇ ପ୍ରତୀକ୍ଷା କରିଥିବା ବେଳେ କପିଲ ଶର୍ମା, ସୁମୋନା ଚକ୍ରବର୍ତୀ, ଭାରତୀ ସିଂହ ଆଜି ସୁଟିଂ ଆରମ୍ଭ କରିଥିଲେ। ସେଟ୍ରେ ପହଞ୍ଚିବା ପରେ ସମସ୍ତ କଳାକାରଙ୍କୁ ସାନିଟାଇଜ୍ କରାଯାଇଥିଲା। କପିଲ ସମସ୍ତଙ୍କ ପ୍ରବେଶର ଭିଡିଓ ମଧ୍ୟ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରିରେ ସେୟାର କରିଛନ୍ତି।
ସୁଟିଂରୁ ଫେରିବା ପରେ କପିଲ ଶର୍ମା, ଭାରତୀଙ୍କ ଚେହେରା!
/sambad/media/post_attachments/wp-content/uploads/2020/07/kapil-sharma.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)