ସାଥୀରେ ନଜର ଆସିବେ କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭର, କିନ୍ତୁ ସହ କଳାକାର ଭାବରେ ନୁହେଁ…

ମୁମ୍ବାଇ: ଦୀର୍ଘ ଦିନର ଶତ୍ରୁତା ପରେ ଏବେ ପୁଣି ଥରେ ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି ହାସ୍ୟ ଅଭିନେତା କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭର । ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇ ସୁନୀଲ କପିଲଙ୍କ କମେଡି ସୋ’ ଛାଡ଼ି ଦେଇଥିଲେ । ଯାହା ପରେ କପିଲଙ୍କ ସୋ’ର ଟିଆର୍‌ପି କମିବା ସୋ’ ଧୀରେ ଧୀରେ କପିଲଙ୍କ ସୋ’ ବନ୍ଦ ହୋଇ ଯାଇଥିଲା । ଅନେକ ଦିନର ବ୍ୟବଧାନ ପରେ କପିଲ ପୁଣି ଥରେ ଡିସେମ୍ବରରେ ନିଜର ନୂଆ ସୋ’ ଆରମ୍ଭ କରିଥିଲେ । ବିବାହ ପରେ ତାଙ୍କ ସୋ’ର ପ୍ରସାରଣ ହୋଇଥିଲା । କିଛି ଦିନର ବ୍ୟବଧାନ ପରେ ଦର୍ଶକ ପୁଣି ଥରେ କପିଲଙ୍କୁ ଆପଣେଇବା ଆରମ୍ଭ କରିବା ସହ ତାଙ୍କ ସୋ’ର ଟିଆର୍‌ପି ବଢ଼ିଥିଲା । ଏବେ ସୋ’ର ଟିଆର୍‌ପି ବଢ଼ିବା ସହ ସୁନୀଲଙ୍କ ସହ ତାଙ୍କ ଶତ୍ରୁତାର ଅନ୍ତ ଘଟିଥିବା ଜଣା ପଡ଼ିଛି । ଏତେ ଦିନ ପରେ ଦୁହେଁ ସାଥୀରେ ସ୍କି୍ରନ ସେୟାର କରିବାକୁ ଯାଉଛନ୍ତି, କିନ୍ତୁ ସହ କଳାକାର ଭାବରେ ନୁହେଁ ।

AajTak

ସୂଚନା ମୁତାବକ, ସୁନୀଲ ନିଜର ଆଗମୀ ଫିଲ୍ମ ‘ଭାରତ’ର ପ୍ରମୋସନ କରିବା ପାଇଁ ‘ଦ କପିଲ ଶର୍ମା ସୋ’ କୁ ଆସିବେ । ତାଙ୍କ ସହ ନଜର ଆସିବେ ଅଭିନେତା ସଲମାନ ଖାନ୍‌ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ।

ସମ୍ବନ୍ଧିତ ଖବର