ମିଶିଲା ଅବୁଝା ମନ! ପୁଣି ଏକାଠି ନଜର ଆସିପାରନ୍ତି କପିଲ ଶର୍ମା -ସୁନୀଲ ଗ୍ରୋଭର

ନୂଆଦିଲ୍ଲୀ: କମେଡି ଷ୍ଟାର କପିଲ ଶର୍ମା ଓ ସୁନୀଲ ଗ୍ରୋଭରଙ୍କ କମେଡିକୁ ପସନ୍ଦ କରୁଥିବା ପ୍ରଶଂସକ ସେମାନଙ୍କ ମନ କେବେ ମିଶିବ ତାହାକୁ ଅପେକ୍ଷା କରି ରହିଛନ୍ତି | ଏବେ ଫ୍ୟାନଙ୍କ ପାଇଁ ଖୁସି ଖବରଟିଏ ଆସିଛି | ସୁନୀଲ ଗ୍ରୋଭର ନିଜର ଲୋକପ୍ରିୟ ଚରିତ୍ର ଡ. ମଶହୂର ଗୁଲାଟି ଗେଟଅପ ପାଇଁ ପ୍ରସ୍ତୁତି ଚଲାଉଥିବାର ଦେଖିବାକୁ ମିଳିଛି | ସୁନୀଲ ଗ୍ରୋଭର ନିଜର ଇନ୍ସଟାଗ୍ରାମରେ ଏଭଳି କିଛି ଫଟୋ ପୋଷ୍ଟ କରିଛନ୍ତି ଯାହାକୁ ଦେଖି ସୁନୀଲଙ୍କ ପ୍ରଶଂସକ ତାଙ୍କୁ ପ୍ରଶ୍ନ ପଚାରିବାରେ ଲାଗିଛନ୍ତି |

ଏଥିରେ ସେ ନକଲି ନିଶ ଓ କେଶ ଲଗାଉଥିବାର ଦେଖିବାକୁ ମିଳିଛନ୍ତି | ସେହିପରି ହାତରେ ସ୍କ୍ରିପ୍ଟ ଧରିଥିବାର ମଧ୍ୟ ଦେଖିବାକୁ ମିଳିଛି | ଚର୍ଚ୍ଚା ହେଉଛି ଯେ କପିଲ ଶର୍ମା ସୋ ରେ ଖୁବ ଶୀଘ୍ର ଡାକ୍ତର ମଶହୂର ଗୁଲାଟିଙ୍କୁ ଦେଖିବାକୁ ମିଳିପାରେ |

ଏଠାରେ ସୂଚନା ଥାଉ କି ସୁନୀଲ ଗ୍ରୋଭର ୨୦୧୭ ମସିହାରେ ଶେଷ ଥର ପାଇଁ କପିଲଙ୍କ ସୋ ରେ ନଜର ଆସିଥିଲେ | ଏହା ପରେ କିନ୍ତୁ ଆଉ ତାଙ୍କୁ ଏହି ଚରିତ୍ରରେ ଦେଖିବାକୁ ମିଳିନଥିଲା | କପିଲଙ୍କ ସହ ମତାନ୍ତର ପରେ ସୁନୀଲ ଦି କପିଲ ଶର୍ମା ସୋକୁ ଛାଡିଦେଇଥିଲେ | କିଛି ଦିନ ତଳେ ବିଗ ବସ ୧୩ରେ ନିଜର ଗୁଥି ଚରିତ୍ରରେ ନଜର ଆସିଥିଲେ |

ସମ୍ବନ୍ଧିତ ଖବର