ଦୀର୍ଘ ଦିନ ପରେ ପୁଣି ଥରେ ପରଦା ଉପରକୁ ଫେରୁଛନ୍ତି କପିଲ ଶର୍ମା

ମୁମ୍ବାଇ : ଦୀର୍ଘ ସମୟ ଧରି ସୋସିଆଲ ମିଡ଼ିଆ ଏବଂ ପରଦା ଉପରୁ ନିଜକୁ ଦୂରେଇ ରଖିଥିଲେ ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା । ଅନେକ କଷ୍ଟ ପରେ ସେ ସଫଳତାର ଶୀର୍ଷରେ ପହଞ୍ଚିବା ସହ ସମସ୍ତଙ୍କର ପ୍ରିୟ ହୋଇ ପାରିଥିଲେ । ଦିନେ ଚ୍ୟାନେଲରେ ତାଙ୍କ ସୋ’ର ଟିଆର୍‌ପି ଥିଲା ନମ୍ବର ଓ୍ଵାନ୍‌ । କିନ୍ତୁ ପ୍ରେମିକାଙ୍କଠାରୁ ଅଲଗା ହେବା ଏବଂ ସହ-କଳାକାର ସୁନୀଲ ଗ୍ରୋଭରଙ୍କ ସହ ଝଗଡ଼ା ତାଙ୍କ କ୍ୟାରିୟର ଉପରେ ଗଭୀର ପ୍ରଭାବ ପକାଇଥିଲା ।

Free Press Journal

ଧିରେ ଧିରେ ତାଙ୍କ ସୋ’ ବନ୍ଦ ହୋଇଯିବା ସହ ସେ ଅବସାଦଗ୍ରସ୍ତ ହୋଇ ଯାଇଥିଲେ । କିନ୍ତୁ ଏବେ ସେ ପୁଣି ନିଜକୁ ବଦଳାଇ ଏକ ନୂଆ ସୋ’ ନେଇ ପରଦା ଉପରକୁ ଫେରୁଥିବା ଜଣାପଡ଼ିଛି । ଅକ୍ଟୋବର ମାସରେ ସେ ତାଙ୍କର ଏକ ନୂଆ ସୋ’ ନେଇ ପରଦା ଉପରକୁ ଫେରୁଥିବା ଖବର ମିଳିଛି । ଏହି ସୋ’ର ନାଁ ଏବଂ କେଉଁ ଚ୍ୟାନେଲରେ ପ୍ରସାରିତ ହେବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିବା ବେଳେ ପୂର୍ବ ସୋ’ ଅପେକ୍ଷା ଏହା ସଂପୂର୍ଣ୍ଣ ଭିନ୍ନ ହେବ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର