ଅମିତାଭ ଓ ସଲମାନଙ୍କୁ ପଛରେ ପକାଇ ଆଗେଇ ଗଲେ କପିଲ

ନୂଆଦିଲ୍ଲୀ: ଆଜିକାଲି ଟିଭିରେ ରିଆଲିଟି ସୋ’ ଗୁଡ଼ିକର ଚାହିଦା ଅଧିକ ରହିଛି। ପ୍ରତ୍ୟେକ ଚ୍ୟାନେଲରେ କିଛି ନା କିଛି ରିଆଲିଟି ସୋ’ ଦର୍ଶକଙ୍କ ମନୋରଞ୍ଜନ କରୁଛି। ଏହି ରିଆଲିଟି ସୋ’ରେ ଭେଟେରାନ୍ ସେଲିବ୍ରିଟିମାନେ ନଜର ଆସୁଛନ୍ତି ।

ଦର୍ଶକଙ୍କ ମନୋରଞ୍ଜନ କରୁଥିବା ରିଆଲିଟି ସୋ’ ତାଲିକାରେ ‘କପିଲ ଶର୍ମା ସୋ’, ‘ବିଗ୍ ବସ୍ -୧୬’ ଏବଂ ‘କୌନ ବନେଗା କରୋଡ ପତି’ ଚର୍ଚ୍ଚାରେ ରହିଛି। ଏହି ରିଆଲିଟି ସୋ’ ଗୁଡିକ ବହୁତ ଲୋକପ୍ରିୟତା ସାଉଁଟିଛି।

ଏହି କ୍ରମରେ ଓରମାକ୍ସ ମିଡିଆ ପକ୍ଷରୁ ମୋଷ୍ଟ ପପୁଲାର ନନ-ଫିକସନ ପର୍ସନାଲିଟିଜର ତାଲିକା ବାହାର କରାଯାଇଛି। ଯେଉଁଥିରେ କପିଲ ଶର୍ମା ବାଜି ମାରି ନେଇଛନ୍ତି। ଆଜ୍ଞାା ହିଁ ଏହି ତାଲିକାରେ କପିଲ ଶର୍ମା ଶୀର୍ଷରେ ରହିଛନ୍ତି।

ଓରମାକ୍ସର ଏହି ତାଲିକା ବିଷୟରେ ଆଲୋଚନା କଲେ କପିଲ ଶର୍ମା ସୋ’ର କପିଲ ଶର୍ମା ଏକ ନମ୍ବରରେ ରହିଛନ୍ତି। ‘କୌନ ବନେଗା କରୋଡ ପତି’ର ଉପସ୍ଥାପକ ଅମିତାଭ ବଚ୍ଚନ ଦ୍ବିତୀୟ ନମ୍ବରରେ ଅଛନ୍ତି।
‘ବିଗ୍ ବସ୍ ୧୬’ର ଉପସ୍ଥାପକ ସଲମାନ ତୃତୀୟରେ, ଅବଦୁ ରୋଜିକ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଏମସି ଷ୍ଟେନ ରହିଛନ୍ତି।

କପିଲ ଶର୍ମାଙ୍କ କମେଡି ସୋ ‘ଦ କପିଲ ଶର୍ମା ସୋ’କୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି। ପ୍ରତି ସପ୍ତାହରେ ଜଣାଶୁଣା ସେଲିବ୍ରିଟିମାନେ ଏହି ସୋ’କୁ ଆସିଥାଆନ୍ତି। କପିଲ ଶର୍ମା ସେମାନଙ୍କ ସହ ବହୁତ ମଜାମସ୍ତି କରିଥାଆନ୍ତି। ଦର୍ଶକଙ୍କୁ ଏହା ବେଶ ପସନ୍ଦ ବି ଆସୁଛି। କପିଲ ଶର୍ମା ଖୁବ୍ ଶୀଘ୍ର ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରରେ ନଜର ଆସିବେ।

 

ସମ୍ବନ୍ଧିତ ଖବର