କପିଲ ଶର୍ମାଙ୍କ ଜୀବନୀକୁ ନେଇ ନିର୍ମାଣ ହେବାକୁ ଯାଉଛି ଫିଲ୍ମ, କପିଲଙ୍କ ଚରିତ୍ରରେ ନଜର ଆସିବେ ଏହି ଅଭିନେତା

ମୁମ୍ବାଇ : ବିଗତ କିଛି ଦିନ ମଧ୍ୟରେ ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଛି । ହଠାତ୍‌ ଲାଇମ୍‌ ଲାଇଟ୍‌ରୁ ଦୂରେଇଯିବା,ନିଶାଗ୍ରସ୍ତ ହେବା, ପ୍ରେମରେ ଏବଂ କ୍ୟାରିୟରେ ବିଫଳ ହେବା ଭଳି ଏତେ ସବୁ ଜିନିଷ ଏକା ସାଙ୍ଗରେ ଘଟିବାରୁ କପିଲ ନିଜକୁ ସମସ୍ତଙ୍କଠାରୁ ଦୂରେଇ ରଖିଛନ୍ତି । ଦେଶ ବାହାରେ ସେ ନିଜ ମନକୁ ଶାନ୍ତ କରାଉଥିବା ବେଳେ ଏବେ ଆଉ ଏକ ଖବର ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି । ସଞ୍ଜୟ ଦତ୍ତଙ୍କ ପରେ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ଜୀବନୀକୁ ନେଇ ମଧ୍ୟ ଫିଲ୍ମ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି ।

Zee News – India.com

ଫିଲ୍ମ ‘ତେରି ଭାବି ହୈ ପଗ୍‌ଲେ’ର ନିର୍ଦ୍ଦେଶକ ବିନୋଦ ତିଓ୍ଵାରୀ ଖୁବ୍‌ ଶୀଘ୍ର କପିଲଙ୍କ ସଂଘର୍ଷ ଭରା ଜୀବନକୁ ନେଇ ଫିଲ୍ମ ତିଆରି କରିବେ ବୋଲି ଜଣାପଡ଼ିଛି । କପିଲଙ୍କ ଏହି ବାୟୋପିକ୍‌ରେ ଆଉ କେହି ନୁହେଁ ବରଂ କପିଲ ନିଜେ ଅଭିନୟ କରନ୍ତୁ ବୋଲି ନିର୍ଦ୍ଦେଶକ ବିନୋଦ ତିଓ୍ଵାରୀ ଇଚ୍ଛା ପ୍ରକାଶ କରିଛନ୍ତି । ଯଦି କପିଲ ନିଜ ଚରିତ୍ରଟିକୁ ନିଜେ କରିବେ ତେବେ ତାଙ୍କ ସହ କାମ କରି ମୁଁ ବହୁତ ଖୁସି ହେବି । ଯଦି କପିଲ ଏ ଚରିତ୍ର କରିବା ପାଇଁ ମନା କରିବେ ତେବେ କୃଷ୍ଣା ଅଭିଷେକଙ୍କୁ ଏହି ଚରିତ୍ର କରିବା ପାଇଁ ଦିଆଯିବ ବୋଲି ନିର୍ଦ୍ଦେଶକ ବିନୋଦ ତିଓ୍ଵାରୀ କହିଛନ୍ତି । କପିଲଙ୍କ ଚରିତ୍ର କପିଲଙ୍କ ପରେ କୃଷ୍ଣା ଅଭିଷେକ ହିଁ ଭଲ ଭାବରେ କରି ପାରିବେ ବୋଲି ସେ କହିଛନ୍ତି । ଫିଲ୍ମ ‘ସଞ୍ଜୁ’ ଦେଖିବା ପରେ କପିଲଙ୍କ ଜୀବନୀକୁ ନେଇ ଫିଲ୍ମ କରିବା କଥା ତାଙ୍କ ମନକୁ ଆସିଥିଲା ।

ସମ୍ବନ୍ଧିତ ଖବର