କପିଲଙ୍କ ଚାଞ୍ଚଲ୍ୟକର ବୟାନ : ଗିନ୍ନୀଙ୍କ ସହ ବିବାହ ଥିଲା ଏକ ପବ୍ଲିସିଟି ଷ୍ଟଣ୍ଟ

ମୁମ୍ବାଇ : ଦୀର୍ଘ ଦିନ ପର୍ଯ୍ୟନ୍ତ ପରଦାଠାରୁ ଦୂରେଇ ରହିବା ସହ ଏବେ ପରଦାକୁ ନିଜ କମେଡ଼ିର ତଡ଼୍‍କା ଲଗାଇବା ପାଇଁ ଫେରିଛନ୍ତି ହାସ୍ୟ ଅଭିନେତା କପିଲ ଶର୍ମା । ଗତ ବର୍ଷ ସେ ନିଜ ପ୍ରେମିକା ଗିନ୍ନୀ ଚତାର୍ଥୀଙ୍କୁ ବିବାହ କରିବା ପରେ ନିଜର ସୋ’ ଆରମ୍ଭ କରିଥିଲେ । ସୋ’ ଆରମ୍ଭର ଦୁଇ ସପ୍ତାହ ପରେ ସୋ’ ଟିଆର୍‌ପି ଲିଷ୍ଟରେ ନମ୍ବର ଓ୍ଵାନରେ ରହିଥିବାର ଖବର ମିଳିଥିଲା । ଏବେ କପିଲଙ୍କ ଗାଡ଼ି ଠିକ୍‌ ବାଟରେ ଚାଲିଥିବା ବେଳେ ସେ ନିଜ ବିବାହକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି । ଗିନ୍ନୀଙ୍କ ସହ ତାଙ୍କୁ ବିବାହ ଏକ ପବ୍ଲିସିଟି ଷ୍ଟଣ୍ଟ ଥିଲା ବୋଲି କହିଛନ୍ତି କପିଲ ।

Times of India

ସୂଚନା ମୁତାବକ, ଠାକ୍‌ରେ ଫିଲ୍ମର ପ୍ରମୋସନ ପାଇଁ ଦ କପିଲ ଶର୍ମା ସୋ’ରେ ପହଞ୍ଚିଥିଲେ ଅଭିନେତ୍ରୀ ଅମୃତା ରାଓ ଏବଂ ଅଭିନେତା ନଓ୍ଵାଜଉଦ୍ଦିନ ସିଦ୍ଦିକୀ । ଏହି ସମୟରେ କପିଲ ଅମୃତାଙ୍କ ସହ ଫ୍ଲର୍ଟ କରିବାରୁ ଆପଣ ଏବେ କପଲ ଶର୍ମା ହୋଇଗଲେ, ଏସବୁ କାମ ଛାଡ଼ି ଦିଅନ୍ତୁ ବୋଲି କହିଥିଲେ ଅମୃତା । ଏହା ଶୁଣି ଥଟ୍ଟାରେ କହିଥିଲେ, ବିବାହ ତ ଏକ ପବ୍ଲିସିଟି ଷ୍ଟଣ୍ଟ ଥିଲା । ମୁଁ ଏକ ଫିଲ୍ମ ପାଇଁ ସେ ସବୁ କରୁଥିଲି, ଯାହାର ଫଟୋ ଭାଇରାଲ ହୋଇଗଲା। ଏହା ଶୁଣି ଉପସ୍ଥିତ ଲୋକେ ହସିବାକୁ ଲାଗିଥିଲେ ।

ସମ୍ବନ୍ଧିତ ଖବର