ପୁଣି ବିନା ସୂଚନାରେ ଆଉ ଏକ ସୋ’ର ସୁଟିଂ ବାତିଲ୍‌ କଲେ କପିଲ୍‌ : ୪ ଘଣ୍ଟା ଅପେକ୍ଷା କଲେ ଅକ୍ଷୟ କୁମାର

ମୁମ୍ବାଇ: ଅଭିନେତା- ହାସ୍ୟକଳାକାର କପିଲ ଶର୍ମା ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ‘ଫିରଙ୍ଗି’ର ରିଲିଜକୁ ନେଇ ଉତ୍ସୁକ ଥିବା ବେଳେ ଏଥିରେ ତାଙ୍କ ସ୍ୱାସ୍ଥ୍ୟ ସାଥ ଦେଉନାହିଁ। ଅଭିନେତା ଅକ୍ଷୟ କୁମାରଙ୍କ ଦ୍ୱାରା ଉପସ୍ଥାପିତ ‘ଦ ଗ୍ରେଟ ଇଣ୍ଡିଆନ ଲାଫଟର ଚ୍ୟାଲେଞ୍ଜ’ରେ ଅତିଥି ଭାବେ ଆସି ‘ଫିରଙ୍ଗି’ର ପ୍ରମୋସନ୍‌ କରିବାର ଥିଲେ ମଧ୍ୟ ଅସୁସ୍ଥତା ଲାଗି ଶେଷ ମୁହୂର୍ତ୍ତରେ ସୁଟିଂ ବାତିଲ୍‌ କଲେ କପିଲ୍‌ ଶର୍ମା।

ସୂଚନା ଅନୁଯାୟୀ, କପିଲ ଏହି ସୋକୁ ତାଙ୍କ ଚଳଚ୍ଚିତ୍ର ‘ଫିରଙ୍ଗି’କୁ ପ୍ରୋମଟ କରିବାକୁ ଯାଇଥାନ୍ତେ। ଅକ୍ଷୟ ସକାଳେ ସୁଟ ପାଇଁ କହିଥିବା ବେଳେ କପିଲଙ୍କ ଟିମ ସହ ସହମତ ହୋଇ ଦିନ ୧୧ଟା ସୁଟିଂ କରିବାକୁ ସ୍ଥିର କରାଯାଇଥିଲା। ସୋ’ର ଟିମ ମେମ୍ବର ଏବଂ ଅକ୍ଷୟ କୁମାର ସକାଳ ୧୦:୩୦ରେ ସେଟରେ ପହଞ୍ଚିଥିବା ବେଳେ ଦିନ ୨ଟା ପର୍ଯ୍ୟନ୍ତ କପିଲଙ୍କ ଦେଖା ମିଳି ନ ଥିଲା। ଶେଷରେ କପିଲଙ୍କ ବିନା ହିଁ ସୋ’ର ସୁଟିଂ ଆରମ୍ଭ କରାଯାଇଥିଲା। ଏହାପରେ କପିଲଙ୍କ ପିଆର୍‌ ଟିମ ତାଙ୍କ ଦେହ ଅସୁସ୍ଥ ଥିବା ଏବଂ ଡ଼ାକ୍ତର ତାଙ୍କୁ ସମ୍ପୂର୍ଣ୍ଣ ଆରାମ କରିବାକୁ କହିଛନ୍ତି ବୋଲି ସୂଚନା ଦେଇଥିଲେ।

କପିଲଙ୍କୁ ‘ଦ ଗ୍ରେଟ ଇଣ୍ଡିଆନ ଲାଫଟର ଚ୍ୟାଲେଞ୍ଜ’ରୁ ହିଁ ପ୍ରସିଦ୍ଧିି ଲାଭ ହୋଇଥିଲା। ଏହା ପ୍ରଥମ ଥର ନୁହ,ଁ ଏଭଳି ଅନେକ ବାର କପିଲ ଶେଷ ମୂହୂର୍ତ୍ତରେ ସୋକୁ ଆସିନାହାନ୍ତି। ପୂର୍ବରୁ ମଧ୍ୟ ତାଙ୍କ ସୋ’କୁ ଅତିଥି ଭାବେ ଆସିଥିବା ଶାହରୁଖ ଖାନ , ଅଜୟ ଦେବଗନ , ଏବଂ ଅର୍ଜୁନ ରାମପାଲଙ୍କୁ ନିଜ ଅସୁସ୍ଥତା ପାଇଁ ଅପେକ୍ଷା କରାଇଛନ୍ତି କପିଲ୍‌। ‘ ଦ ଗ୍ରେଟ ଇଣ୍ଡିଆନ ଲାଫଟର ଚ୍ୟାଲେଞ୍ଜ’ର ଷ୍ଟାରପ୍ଲସରେ ପ୍ରସାରିତ ହେବା ପରେ ଏଥିରେ ଅକ୍ଷୟ କୁମାର, ଏଲି ଆବ୍ରାହମ , ଶ୍ରେୟସ ତଲପଡ଼େ ଏବଂ ସାଜିଦ ଖାଁ ବିଚାରକ ଭାବେ ନଜର ଆସୁଛନ୍ତି।

ସମ୍ବନ୍ଧିତ ଖବର