ଦୀପିକାଙ୍କ ସହ ରୋମାନ୍ସ କରିବେ କମେଡିକିଙ୍ଗ୍ ! ସାମ୍ନାକୁ ଆସିଲା ‘ବ୍ଲକବଷ୍ଟର୍’ର ପୋଷ୍ଟର

ନୂଆଦିଲ୍ଲୀ: କମେଡି କିଙ୍ଗ କପିଲ ଶର୍ମା ଖୁବ ଶୀଘ୍ର ବଡ଼ ପରଦାରେ ନଜର ଆସିବେ । ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ମଧ୍ୟ ରିଲିଜ୍ କରିସାରିଛନ୍ତି । ଏହି ଫିଲ୍ମରେ ତାଙ୍କ ସହିତ ନଜର ଆସିବେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ୍। ସମ୍ଭବତଃ ପ୍ରଥମ ଥର ଲାଗି ଏହି ସ୍କ୍ରିନ୍ ପେୟାରଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଦର୍ଶକ ଦେଖିବାକୁ ପାଇବେ କପିଲ୍ ଓ ଦୀପିକାଙ୍କ ଅନସ୍କ୍ରିନ୍ ରୋମାନ୍ସ।

କପିଲ୍  ଗୁରୁବାର ସନ୍ଧ୍ୟାରେ ତାଙ୍କର ଆଗାମୀ ପ୍ରୋଜେକ୍ଟ ‘ମେଗା ବ୍ଲକବଷ୍ଟର’ର ଫଟୋ ସେୟାର କରିଛନ୍ତି । ଏଥିରେ କପିଲ ଶର୍ମାଙ୍କ ଭିନ୍ନ ଲୁକକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି ।

ତେଣେ ଦୀପିକା ପାଦୁକୋନ ଇନଷ୍ଟାଗ୍ରାମରେ ନିଜର ପୋଷ୍ଟର ସେୟାର କରିଛନ୍ତି । ଦୀପିକା ପାଦୁକୋନଙ୍କ ଦ୍ୱାରା ଜାରି ହୋଇଥିବା ପୋଷ୍ଟରରେ ସେ ଗୋଲାପୀ ରଙ୍ଗର ସୁଟରେ ନଜର ଆସିଛନ୍ତି । ସେ ବେଶ ଖୁସି ଥିବା ଜଣାପଡୁଛନ୍ତି । ଫଟୋ ସେୟାର କରି ସେ ଲେଖିଛନ୍ତି, ‘ସପ୍ରାଇଜ!’ ଏହାପୂର୍ବରୁ କପିଲ ଶର୍ମା ତାଙ୍କ ପୋଷ୍ଟର ସେୟାର କରିବାବେଳେ ଲେଖିଥିଲେ, “ଏହା ମୋର ମୋ ପ୍ରଶଂସକଙ୍କ ପାଇଁ । ଆଶା କରୁଛି ଆପଣ ଏହାକୁ ପସନ୍ଦ କରିବେ ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହାର ଟ୍ରେଲର୍ ସେପ୍ଟେମ୍ବର ୪ରେ ରିଲିଜ୍ ହେବ ।

ଏହି ଫିଲ୍ମ ସହ ଜଡ଼ିତ ସମସ୍ତ କଳାକାର ସୋସିଆଲ ମିଡିଆରେ ନିଜ ନିଜ ଲୁକର ପ୍ରଥମ ପୋଷ୍ଟର ସେୟାର କରିଛନ୍ତି । ବିଶେଷ କଥା ହେଉଛି, କପିଲ ଶର୍ମାଙ୍କ ସହ ଫିଲ୍ମରେ ଦୀପିକା ପାଦୁକୋନ, ରଶ୍ମିକା ମନ୍ଦାନା, ତ୍ରିଷ୍ଣା କୃଷ୍ଣନ, କ୍ରିକେଟର ରୋହିତ ଶର୍ମା ଏବଂ କାର୍ଥିଙ୍କ ଭଳି ସାଉଥ୍ ଚଳଚ୍ଚିତ୍ରର ଜଣାଶୁଣା କଳାକାର ମଧ୍ୟ ନଜର ଆସିବେ ।

କପିଲ ଶର୍ମା ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ଫିଲ୍ମ ‘ଜିୱିଗାଟୋ’ରେ ମଧ୍ୟ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ଶାହାନା ଗୋସ୍ୱାମୀ ତାଙ୍କ ବିପକ୍ଷରେ ଅଛନ୍ତି । ଏହି ଫିଲ୍ମରେ କପିଲ ଜଣେ  ଫୁଡ ଡେଲିଭରି ରାଇଡରଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମର ପ୍ରିମିୟର୍ ଟୋରଣ୍ଟୋ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୨ରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧିତ ଖବର