ମୁମ୍ବାଇ: କମେଡି କିଙ୍ଗ୍ କପିଲ୍ ଶର୍ମା ନିଜର ଅନେକ ଫ୍ୟାନ୍, ଫଲୋଇଙ୍ଗ୍ ବନାଇବାରେ ସମର୍ଥ ହୋଇଛନ୍ତି। ତେବେ କପିଲ ନିଜ ପ୍ରଶଂସକମାନଙ୍କୁ ସେତିକି ଭଲପାଇବା ଦିଅନ୍ତି ବୋଲି ଯେ ସେ ଏତେ ଲୋକପ୍ରିୟ ତାହା ପୁଣି ଥରେ ପ୍ରମାଣିତ ହୋଇଛି। ଜଣେ ପ୍ରଶଂସକଙ୍କ ମନ ରଖି କପିଲ୍ ତାଙ୍କ ଟ୍ଵିଟ୍ର ଉତ୍ତର ଲେଖିବା କଥା ଚାରିଆଡ଼େ ଚର୍ଚ୍ଚା ପାଲଟିଛି।
ଜାଣିବାକୁ ମିଳିଛି ଯେ ଗତ ସପ୍ତାହରେ ଜଣେ ପ୍ରଶଂସକ କପିଲ୍ଙ୍କୁ ଭେଟିବା ପାଇଁ ତାଙ୍କ ସୁଟିଂ ସେଟ୍ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ କେହି ଭିତରକୁ ପଶିବାକୁ ଦେଲେ ନାହିଁ। ଡୋମନ ସାହୁ ନାମକ କପିଲଙ୍କର ଏହି ପ୍ରଶଂସକ ଜଣକ କପିଲ୍ଙ୍କୁ ଏକ ଟ୍ଵିଟ୍ ଲେଖିଲେ।
Where r u ? Come outside my van .. m waiting there https://t.co/XmVXirD7C0
— KAPIL (@KapilSharmaK9) March 30, 2019
ସେ ଟ୍ଵିଟ୍ କରି ଲେଖିଲେ ଯେ ‘ ମୋତେ ଆପଣଙ୍କ ସୋ’ରେ ଆସିବାର ଅଛି ସାର୍। ମୁଁ ଆପଣଙ୍କ ସୋ’ ବାହାରେ ଛିଡ଼ା ହୋଇଛି। ଦୟାକରି ମୋତେ ଆସିବାକୁ ଦିଅନ୍ତୁ। ମୋ ହାତରେ ମାର୍କିଂ ନାହିଁ ବୋଲି ମୋତେ ଭିତରକୁ ଆସିବାକୁ ଦେଉ ନାହାନ୍ତି ସାର୍।’
ଫ୍ୟାନଙ୍କର ଏହି ଟ୍ଵିଟ୍ର ଉତ୍ତର ଦେଇ କପିଲ୍ ଲେଖିଛନ୍ତି, ‘ତୁମେ କେଉଁଠାରେ ଅଛ? ମୋ ଭ୍ୟାନ ବାହାରକୁ ଆସ। ମୁଁ ସେଠାରେ ଅପେକ୍ଷା କରିଛି।’ ତା’ପରେ କପିଲଙ୍କ ଫ୍ୟାନ୍ ଜଣକ କପିଲଙ୍କୁ ଭେଟିବାର ସୁଯୋଗ ପାଇଥିଲେ। ଖୁସିରେ ସେ କପିଲଙ୍କ ସହ ଏକ ଫଟୋ ଉଠାଇ ପରେ ପୋଷ୍ଟ୍ ମଧ୍ୟ କରିଛନ୍ତି।