ନୂଆଦିଲ୍ଲୀ: ଚଳିତବର୍ଷ ହାସ୍ୟାଭିନେତା ସୁନିଲ ଗ୍ରୋଭର ଓ କପିଲ ଶର୍ମାଙ୍କର ବିମାନରେ ହୋଇଥିବା ଝଗଡ଼ା ବେଶ୍ ଚର୍ଚ୍ଚାରେ ଥିଲା। ସମ୍ପ୍ରତି କପିଲଙ୍କ ସିନେମା ‘ଫିରଙ୍ଗି’ର ଟ୍ରେଲର ରିଲିଜ ହୋଇଛି। ନିର୍ଦ୍ଦେଶକ ରାଜିବ ଢ଼ିଗରାଙ୍କ ନିର୍ଦ୍ଦେଶିକ ସିନେମା ‘ଫିରଙ୍ଗି’ରେ କପିଲଙ୍କ ସହ ଅଭିନେତ୍ରୀ ଇଶିତା ଦତ୍ତା ନଜର ଆସିବେ । ସିନେମାଟି ନଭେମ୍ବର ୨୪ରେ ମୁକ୍ତିଲାଭ କରିବ। ତେବେ ‘ଫରିଙ୍ଗି’ ସିନେମାର ଟ୍ରେଲର ରିଲିଜ ହେବାପରେ ଏକ ସାକ୍ଷାତକାରରେ କପିଲ ତାଙ୍କର ଓ ସୁନିଲ ଗ୍ରୋଭର ମଧ୍ୟରେ ହୋଇଥିବା ହାଇଭୋଲଟେଜ ଝଗଡ଼ାର ପର୍ଦ୍ଦଫାସ କରିଛନ୍ତି।
କପିଲ ଓ ସୁନିଲ ଗ୍ରୋଭର ଦୁହେଁ ଏକଦା ଭଲ ସାଙ୍ଗ ଥିଲେ। କପିଲ ସୁନିଲଙ୍କ ସହିତ ବିମାନରେ ହୋଇଥିବା ଝଗଡ଼ାକୁ ନେଇ କହନ୍ତି, ମୁଁ ମାନୁଛି ବିମାନରେ ସୁନିଲଙ୍କ ସହିତ ହୋଇଥିବା ଝଗଡ଼ାରେ ଭୁଲ ମୋର ହିଁ ଥିଲା। ମୋତେ କାହାରି ସହିତ ଝଗଡ଼ା କରିବାର ନଥିଲା। ଗଣମାଧ୍ୟମରେ ସୁନିଲ ଓ ମୋର ଝଗଡ଼ାକୁ ଯେଭଳି ଭାବେ ଦେଖାଯାଇଥିଲା ଆମ ଭିତରେ ସେତେ ବଡ଼ ଝଗଡ଼ା ହୋଇ ନଥିଲା। ସେ ଯାହା ହେଉ ମୁଁ ସୁନିଲଙ୍କୁ ବହୁତ ଭଲ ପାଏ, ତାଙ୍କୁ ସମ୍ମାନ ବି କରେ। ତାଙ୍କ ସହିତ ପୁଣି କାମ କରିବା ପାଇଁ ମୁଁ ମୋ ଆଡୁ ପୂରା ପ୍ରସ୍ତୁତ ଅଛି। ମୁଁ ଚାହୁଁଥିଲି ସେ ମୋ ସିନେମା ‘ଫିରଙ୍ଗି’ ଲଞ୍ଚ କରନ୍ତୁ, ହେଲେ ସେ କାନ୍ନାଡାରେ ଥିବା ହେତୁ ଆସି ପାରିଲେ ନାହିଁ।’
‘ଫିରଙ୍ଗି’ ସହିତ ଯୋଡ଼ି ହୋଇଥିବା କଳାକାରଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ମୁଁ ବହୁତ ଚିନ୍ତାରେ ପଡ଼ିଯାଇଥିଲି। ବିମାନରେ ଚନ୍ଦନ ପ୍ରଭାକର ଓ ଜଣେ ମହିଳାଙ୍କ ଭିତରେ ଲଢ଼େଇ ମୋର କ୍ରୋଧକୁ ଆହୁରି ବଢ଼ାଇ ଦେଇଥିଲା। ମୁଁ ଚନ୍ଦନକୁ ଗାଳି ଦେବା ଆରମ୍ଭ କଲି, ଏହାପରେ ସେ ବି ମୋତେ କିଛି କହିଥିଲେ। ସେଠାରେ ସୁନିଲ ବି ଉପସ୍ଥିତ ଥିଲେ। ଏହି ଘଟଣାରେ ସୁନିଲ ମତେ ବୁଝାଇବା ଲାଗି ଆସିଲେ ଓ ଅାମ ଦୁହିଁଙ୍କ ଭିତରେ କଥା କଟାକଟି ହେଲା। ଏହାକୁ ନେଇ ମୋ ବିଷୟରେ ମିଡିଆରେ ଯେଉଁଭଳି ଭାବେ ନକରାତ୍ମକ ପ୍ରଚାର କରାଯାଇଥିଲା ତାହାକୁ ନେଇ ମୁଁ ଖୁବ୍ ଅବସାଦଗ୍ରସ୍ତ ହୋଇପଡ଼ିଥିଲି।
ଅନ୍ୟପକ୍ଷରେ କପିଲ କହିଛନ୍ତିି, ‘ଫିରଙ୍ଗି’ ସହିତ ଯୋଡ଼ି ହୋଇଥିବା କଳାକାରଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ମୁଁ ବହୁତ ଚିନ୍ତାରେ ପଡ଼ିଯାଇଥିଲି। ବିମାନରେ ଚନ୍ଦନ ପ୍ରଭାକର ଓ ଜଣେ ମହିଳାଙ୍କ ଭିତରେ ଲଢ଼େଇ ମୋର କ୍ରୋଧକୁ ଆହୁରି ବଢ଼ାଇ ଦେଇଥିଲା। ମୁଁ ଚନ୍ଦନକୁ ଗାଳି ଦେବା ଆରମ୍ଭ କଲି, ଏହାପରେ ସେ ବି ମୋତେ କିଛି କହିଥିଲେ। ସେଠାରେ ସୁନିଲ ବି ଉପସ୍ଥିତ ଥିଲେ। ଏହି ଘଟଣାରେ ସୁନିଲ ମତେ ବୁଝାଇବା ଲାଗି ଆସିଲେ ଓ ଅାମ ଦୁହିଁଙ୍କ ଭିତରେ କଥା କଟାକଟି ହେଲା। ଏହାକୁ ନେଇ ମୋ ବିଷୟରେ ମିଡିଆରେ ଯେଉଁଭଳି ଭାବେ ନକରାତ୍ମକ ପ୍ରଚାର କରାଯାଇଥିଲା ତାହାକୁ ନେଇ ମୁଁ ଖୁବ୍ ଅବସାଦଗ୍ରସ୍ତ ହୋଇପଡ଼ିଥିଲି। ମୋତେ ଏନଜାଇଟି ଆଟକ୍ ବି ହୋଇଥିଲା। ମୁଁ ନିଜକୁ ନିଜ ବହୁ କଷ୍ଟ ମଧ୍ୟ ପହଞ୍ଚାଇଛି। ଚିକିତ୍ସା ପାଇଁ ବେଙ୍ଗାଲୁରୁ ଯାଇଥିଲି। ଯେତେବେଳେ ଜାଣିଲି ସୁସ୍ଥ ହେବା ପାଇଁ ୩ମାସ ସମୟ ଲାଗିବ, ସେହି ଚିନ୍ତାରେ ମୁଁ ନିଜକୁ ଅଫିସର କଠୋରିରେ ବନ୍ଦ କରି ୧୨ଦିନ ପର୍ଯ୍ୟନ୍ତ ମଦ୍ୟପାନ ମଧ୍ୟ କରିଥିଲି।’