ପତ୍ନୀଙ୍କୁ ଭୁଲି ଏବେ ପଡ଼ୋଶୀ ମହିଳାଙ୍କ ଉପରେ କପିଲ୍‌ଙ୍କ ନଜର, ଖୁବ୍‌ ମଜାଦାର୍‌ ଏହି ନୂଆ ପ୍ରମୋ ଭିଡିଓ

ମୁମ୍ବାଇ: କପିଲ୍‌ ଶର୍ମାଙ୍କ କମେଡି ସୋ’ରେ ଦେଖିବାକୁ ମିଳିବ ଟ୍ବିଷ୍ଟ୍‌। କମେଡି କିଙ୍ଗ୍‌ କପିଲ୍‌ ଶର୍ମା ତାଙ୍କର ପରଦାର ପତ୍ନୀ ବିନ୍ଦୁଙ୍କୁ ଛାଡ଼ି ପଡ଼ୋଶୀ ମହିଳାଙ୍କ ଉପରେ ଫିଦା ହେଉଥିବାର ନଜର ଆସିବେ। ସୋ’ର ଏକ ପ୍ରମୋ ବାଜିବା ପରେ ସୋ’କୁ ନେଇ ଲୋକଙ୍କ ମନରେ ଉତ୍ସୁକତା ଯଥେଷ୍ଟ ଅଧିକ ବଢ଼ିଯାଇଛି।

ଏହି ପ୍ରମୋଟି ଖୁବ୍‌ ମଜାଦାର୍‌ ହୋଇଛି। ପ୍ରମୋରେ ଦେଖିବାକୁ ମିଳିଛି ଯେ ଜଣେ ମହିଳା କପିଲଙ୍କ ଅଞ୍ଚଳରେ ନୂଆ କରି ଆସୁଛନ୍ତି। ଏହି ନୂଆ ପଡ଼‌ୋଶୀଙ୍କ ନାମ ଗଜଲ୍‌। କମେଡି ନାଇଟ୍‌ସରେ ଗଜଲଙ୍କ ଭୂମିକା ନିଭାଇଉଛନ୍ତି ଟେଲିଭିଜନର ଲୋକପ୍ରିୟ ତାରକା ସୃଷ୍ଟି ରୋଡେ। ପ୍ରମୋ ଭିଡିଓରେ ଆପଣ ଦେଖିପାରୁଥିବେ ଯେ କିପରି ଗ୍ଲାମରସ୍‌ ଗଜଲଙ୍କୁ ଦେଖିବା ପରେ କପିଲ୍‌ ଉତ୍ସୁକ ହୋଇ ପଡୁଛନ୍ତି।

 

ସେ ଗଜଲଙ୍କ ଚାରିପାଖରେ ଘୂରିବାରେ ଲାଗୁଛନ୍ତି। ଗଜଲଙ୍କ ସୌନ୍ଦର୍ଯ୍ୟ ଦେଖି କପୁ ଶର୍ମା ଏକଦମ ଫିଦା ‌ହୋଇ ଯ‌ାଉଛନ୍ତି। ଗଜଲ ଉସ୍ତାଦ କିଏ ବୋଲି ପଚାରିବାରୁ କପିଲ୍‌ ନିଜକୁ ଉତ୍ସାଦ ବୋଲି ପରିଚୟ ଦେଇ ଆଲିଙ୍ଗନ କରିବାକୁ ଚେଷ୍ଟା କରୁଛନ୍ତି। ଠିକ୍‌ ସେତିକି ବେଳେ ବାସ୍ତବ ଉସ୍ତାଦ ଆସି ସେଠାରେ ପହଞ୍ଚୁଛନ୍ତି ଓକପିଲ୍‌ଙ୍କ ଅସଲ ଚେହେରା ଧରାପଡ଼ି ଯାଉଛି।

ସିଜିନ୍‌-୪ରେ କପିଲ୍‌ ଶର୍ମାଙ୍କ ସୋ’ରେ ତାଙ୍କର ନୂଆ ପରିବାର ଦେଖିବାକୁ ମିଳିବେ। ଏହି ପରିବାରରେ ପତ୍ନୀଙ୍କ ସହ ଶାଶୂ, ଶଶୁର ଓ ଶଳା ବି ନଜର ଆସିବେ। ଆସନ୍ତା ୧୦ ତାରିଖରେ କପିଲଙ୍କ ସୋ’ ପରଦାରେ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର