ନୂଆଦିଲ୍ଲୀ: ହାସ୍ୟାଭିନେତା କପିଲ ଶର୍ମା ଅନେକ ସମୟରେ ସୋସିଆଲ ମିଡିଆରେ ବିବାଦର ଶିକାର ହୋଇଥାଆନ୍ତି। କେବେ ନିଜ ଟୁଇଟ ପାଇଁ ତ କେତେବେଳେ ନିଜ ବୟାନ ପାଇଁ। କିନ୍ତୁ ଗୁରୁବାର କପିଲ ବନ୍ୟା ପୀଡିତଙ୍କ ପାଇଁ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହାକୁ ନେଇ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଛି।
ଦେଶର ଅନେକ ରାଜ୍ୟ ବନ୍ୟା ପ୍ରଭାବରେ ପ୍ରଭାବିତ ହୋଇଛି। ଏଥିପାଇଁ ଲକ୍ଷାଧିକ ଘର ଜଳବନ୍ଦୀରେ ରହିଛି। ଏହି କ୍ରମରେ କପିଲ ଶର୍ମା ସୋସିଆଲ ମିଡିଆରେ ପଞ୍ଜାବ ବନ୍ୟା ବିଷୟରେ ଆଲୋଚନା କରି ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓକୁ କପିଲ ପଞ୍ଜାବରେ ଆସିଥିବା ବନ୍ୟା ପରେ ଲୋକମାନଙ୍କୁ ସାହଯ୍ୟ ମାଗୁଥିବା ଦେଖିବାକୁ ମିଳିଛି।
Punjab floods appeal: pls come forward to support your brothers n sisters ? #punjabfloods#HumanityFirst@Khalsa_Aid@RaviSinghKA@amarpreet_kapic.twitter.com/b3hEnO5JMY
— Kapil Sharma (@KapilSharmaK9) August 22, 2019
କିଛି ସମୟ ପୂର୍ବରୁ ସେୟାର କରିଥିବା ଏହି ଭିଡିଓ କ୍ୟାପସନ୍ରେ କପିଲ ଲେଖିଥିଲେ, ‘ପଞ୍ଜାବ ବନ୍ୟା ପାଇଁ ଗୁହାରି: ଦାୟକରି ଆପଣ ଭାଇ ଓ ଭଉଣୀଙ୍କୁ ସାହାଯ୍ୟ ପାଇଁ ଆଗକୁ ଆସନ୍ତୁ।’ କିନ୍ତୁ କପିଲ ଏହି ଭିଡିଓକୁ ସେୟାର କରିବା ମାତ୍ରେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିଲେ। କିଛି ସୋସିଆଲ ମିଡିଆ ବ୍ୟବହାରକାରୀ କପିଲଙ୍କୁ ପ୍ରଶ୍ନ କରି କହିଥିଲେ ଦେଶର ଅନେକ ସ୍ଥାନରେ ବନ୍ୟା ପ୍ରଭାବିତ ହୋଇଛି, କିନ୍ତୁ ଆପଣଙ୍କୁ କେବଳ ପଞ୍ଜାବ ହିଁ ମନେ ପଡ଼ିଲା।