ଦୀପ୍‌-ବୀର ଏବଂ ପ୍ରିୟଙ୍କା-ନିକ୍‌ଙ୍କ ବିବାହ ତାରିଖ ଘୋଷଣା ପରେ ଏବେ ସାମ୍ନାକୁ ଆସିଲା ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ବିବାହ ତାରିଖ

ମୁମ୍ବାଇ : ଚଳିତ ବର୍ଷ ବିବାହ କରିବାକୁ ଥିବା ସୂଚୀରେ ଏବେ ଆଉ ଏକ ନୂଆ ନାମ ସାମିଲ ହୋଇଛି । ବଲିଉଡ୍‌ ଷ୍ଟାର ଦୀପ୍‌-ବୀର ଏବଂ ପ୍ରିୟଙ୍କା-ନିକ୍‌ଙ୍କ ବିବାହ ତାରିଖ ଘୋଷଣା କରାଯାଇ ସାରିଥିବା ବେଳେ ଏବେ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ବିବାହ ତାରିଖ ସାମ୍ନାକୁ ଆସିଛି । କପିଲଙ୍କ ଜଣେ ବନ୍ଧୁ ଏହି ଖବର ଉପରୁ ପରଦା ଉଠାଇ କପିଲ ଡ଼ିସେମ୍ବର ୧୨ରେ ବିବାହ କରିବେ ବୋଲି କହିଛନ୍ତି ।

The Indian Express

ବିବାହର ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା ବେଳେ ବିବାହ ପଞ୍ଜାବର ଜଲନ୍ଧରରେ ଅନୁଷ୍ଠିତ ହେବ ବୋଲି ଜଣା ପଡ଼ିଛି । ଏହା ସହ କପିଲ ପୁଣି ନିଜର ପୁରୁଣା ସୋ’ ‘ଦ କପିଲ ଶର୍ମା ସୋ’ନେଇ ପରଦାକୁ ଫେରୁଥିବା ଜଣା ପଡ଼ିଛି । ବିବାହର ପ୍ରସ୍ତୁତି ସହ ନିଜ ସୋ’ର ପ୍ରସ୍ତୁତି କରିବା ପାଇଁ ସେ ମୁମ୍ବାଇ ଆସି ସାରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର