କପିଲ ଶର୍ମା ସୋ’ ଛାଡ଼ି ନାହିଁ: ସୁମୋନା ଚକ୍ରବର୍ତ୍ତୀ

ମୁମ୍ବାଇ: ଜଣାଶୁଣା ଟିଭି ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀ ଦୀର୍ଘଦିନର ନୀରବତା ଭାଙ୍ଗି ସ୍ପଷ୍ଟ କରିଛନ୍ତି ଯେ ସେ କପିଲ ଶର୍ମା ସୋ’ ଛାଡି ନାହାଁନ୍ତି। ନିକଟରେ ଇଣ୍ଡିଆ ଡଟ୍ କମ୍ ସହ କଥାବାର୍ତ୍ତାବେଳେ ସୁମୋନା କହିଥିଲେ, ସୋନାର ବାଂଲା ସୋ’ ଏକ ସ୍ୱଳ୍ପକାଳୀନ (ମାସିକିଆ) ପ୍ରକଳ୍ପ। ଟିକେଏସ୍‌ଏସ୍‌ ଛାଡିବାର ତାଙ୍କର କୌଣସି ଯୋଜନା ନାହିଁ। ‘କପିଲ ଶର୍ମା ସୋ’ ଛାଡ଼ିଲେ ସୁମୋନା ଚକ୍ରବର୍ତ୍ତୀ’ ହେଡଲାଇନରେ ଖବର ପ୍ରଥମ ନୁହେଁ। ଚଳିତ ବର୍ଷ ପ୍ରାରମ୍ଭର ସୋ’ର ପୁନଃ ପ୍ରସାରଣ ଆରମ୍ଭ ହେଲା, ସେତେବେଳେ ପ୍ରମୋରୁ ହଜିଯାଇଥିବାରୁ ସୁମୋନା କପିଲ ଶର୍ମା ସୋ’ରେ ଅଭିନୟ କରିବେ ନାହିଁ ବୋଲି କଳ୍ପନାଜଳ୍ପନା କରାଯାଇଥିଲା। ଅର୍ଚ୍ଚନା ପୂରଣ ସିଂ ସମସ୍ତ ଗୁଜବକୁ ଖଣ୍ଡନ କରି କହିଥିଲେ, ସୋ’ରେ ସୁମୋନା ଅଛନ୍ତି। କିନ୍ତୁ ତାଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର