ମୁମ୍ବାଇ: ମଦ୍ୟପାନରୁ ନିଜକୁ ନିବୃତ କରି ଏବେ ଫିଟ୍ନେସ୍ ଅାଡ଼େ ଧ୍ୟାନ ଦେଇଛନ୍ତି କମେଡିଆନ୍ କପିଲ୍ ଶର୍ମା। କପିଲ୍ ତାଙ୍କ ୱାର୍କଆଉଟ୍ ସମୟର ଏକ ଭିଡିଓ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ସେୟାର କରିଛନ୍ତି। ସେ ଏହି ଭିିଡିଓ ସେୟାର କରି ଲେଖିଛନ୍ତି, ‘ଯଦି ଆପଣଙ୍କ ସିଫ୍ଟ ୬ଟାରେ ଅଛି ତେବେ ଭୋର୍ ୪ଟାରୁ ଜିମ୍ ଯାଆନ୍ତୁ।’ ଇନ୍ଷ୍ଟାରେ ସେୟାର କରିଥିବା ଭିଡିଓରେ କପିଲ୍ କଠିନ ପରିଶ୍ରମ କରୁଥିବା ନଜର ଆସିଛନ୍ତି।
View this post on Instagram
ଗତ ୨ ବର୍ଷ ମଧ୍ୟରେ ପ୍ରଶଂସକମାନେ କପିଲଙ୍କ ଭିତରେ ଏକ ବଡ଼ ପରିବର୍ତ୍ତନ ଦେଖି ପାରୁଛନ୍ତି। ସେ ଏବେ ଫିଟ୍ନେସ୍ ଉପରେ ଢେର୍ ଅଧିକ ଗୁରୁତ୍ବ ଦେଉଥିବା ଆପଣମାନେ ଅନୁଭବ କରିପାରୁଥିବେ।
ଏପଟେ କପିଲ୍ ଶର୍ମା ଏକ ବିବାଦରେ ଫସିଥିବା କଥା ବି ଆପଣ ଜାଣିଥିବେ ନିଶ୍ଚୟ। କପିଲ ଶର୍ମାଙ୍କ ସଦ୍ୟତମ ପୋଷ୍ଟରୁ ପ୍ରଶଂସକମାନେ ଭାବିଥିଲେ ଯେ ‘ଦ କଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀ ଏବଂ କପିଲଙ୍କ ମଧ୍ୟରେ ବୋଧହୁଏ ଭୁଲ ବୁଝାମଣା ହୋଇଥିଲା, ଯାହା ବର୍ତ୍ତମାନ ସମାଧାନ ହୋଇସାରିଛି। କପିଲଙ୍କ ନୂଆ ପୋଷ୍ଟକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀ କପିଲଙ୍କ ପ୍ରଶଂସା କରୁଥିବା ବେଳେ ଏବେ କାହାଣୀରେ ଏକ ନୂଆ ମୋଡ଼ ଆସିଛି। ଅଭିନେତା ଅନୁପମ ଖେର୍ ଟ୍ବିଟ କରିବା ପରେ ଏବେ ପୂରା କାହାଣୀ ଓଲଟିଯାଇଛି।
ସୂଚନା ମୁତାବକ, କିଛି ଦିନ ତଳେ ‘ଦ କଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀ କହିଥିଲେ ଯେ, ଛୋଟ କଳାକାର ଥିବାରୁ କପିଲ ଶର୍ମା ‘ଦ କଶ୍ମୀର ଫାଇଲ୍ସ’ କଳାକାରଙ୍କୁ ନିଜ ସୋ’କୁ ଡାକିଲେନି। ହେଲେ ଏହାର ଠିକ୍ ଓଲଟା ଜବାବ ଦେଇଥିଲେ ଅନୁପମ ଖେର୍ । ସେ କହିଥିଲେ ଯେ, ମୋତେ ୨ମାସ ପୂର୍ବରୁ କପିଲଙ୍କ ସୋ’କୁ ଯିବା ପାଇଁ ଫୋନ ଆସିଥିଲା। କିନ୍ତୁ ଫିଲ୍ମର କାହାଣୀର ଗମ୍ଭୀରତାକୁ ଦେଖି ମୁଁ ଯିବାକୁ ମନା କରିଦେଇଥିଲି। ଏସବୁ ୨ମାସ ତଳର କଥା।