ମୁମ୍ବାଇ : ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ନେଇ ବିଗତ ଅତୀତରେ ଅନେକ ବିବାଦ ଦେଖାଯାଇ ସାରିଥିବା ବେଳେ ଏବେ ତାଙ୍କୁ ଯେଉଁ ସମ୍ମାନ ମିଳିଛି, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଷ୍ଟାଣ୍ଡଅପ୍‌ କମେଡ଼ିଆନ ଭାବେ ସବୁଠାରୁ ଅଧିକ ନଜର ଆସିଥିବାରୁ ତାଙ୍କ ନାଁ ଓ୍ଵାଲର୍ଡ ବୁକ୍‌ ଅଫ୍‌ ରେକର୍ଡ଼ସ୍‌ରେ ସ୍ଥାନ ପାଇଛି । ତେବେ ଓ୍ଵାଲର୍ଡ ବୁକ୍‌ ଅଫ୍‌ ରେକର୍ଡ଼ସ୍‌, ଲଣ୍ଡନ ତରଫରୁ କପିଲଙ୍କୁ ମିଳିଥିବା ପ୍ରମାଣପତ୍ରର ଫଟୋ କପିଲ ଏ ପର୍ଯ୍ୟନ୍ତ ସେୟାର କରି ନ ଥିଲେ ମଧ୍ୟ ତାଙ୍କ ପତ୍ନୀ ଗିନ୍ନୀ ଚତରଥଙ୍କ ଫ୍ୟାନ୍‌ ପେଜ୍‌ରେ ପ୍ରମାଣପତ୍ର ସେୟାର କରାଯାଇଛି, ଯାହା ପରେ ଖବରଟି ସାମ୍ନାକୁ ଆସିଛି ।

Advertisment

ସୂଚନା ମୁତାବକ, ଡ଼ିସେମ୍ବରରେ ନିଜର ପ୍ରେମିକାଙ୍କ ହାତ ଧରିଥିଲେ କପିଲ ଶର୍ମା । ଏହା ସହ ବର୍ଷେ ପର୍ଯ୍ୟନ୍ତ ବନ୍ଦ ହୋଇ ରହିଥିବା କପିଲଙ୍କ ସୋ’ ନୂଆ ରୂପରେ ସାମ୍ନାକୁ ଆସିଥିଲା । ନୂଆ ଭାବରେ ସାମ୍ନାକୁ ଆସିବା ପରେ କପିଲଙ୍କ ସୋ’ର ରେଟିଙ୍ଗ ଏବେ ବଢ଼ିବାରେ ଲାଗିଛି ।