ମୁମ୍ବାଇ: କମେଡ଼ି ନାଇଟ୍ସ ଉଇଥ୍ କପିଲରେ କପିଲଙ୍କ ସ୍ତ୍ରୀଙ୍କ ଭୂମିକାରେ ନଜର ଆସିଥିଲେ ସୁମୋନା ଚକ୍ରବର୍ତ୍ତୀ । ଏହି କମେଡ଼ି ସୋ’ ଜରିଆରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଲୋକପ୍ରିୟ ହୋଇ ପାରିଥିଲେ ।
ତେବେ ଏବେ ତାଙ୍କୁ ନେଇ ଏକ ନୂଆ କଥା ସାମ୍ନାକୁ ଆସିଛି । ଓ୍ଵାକ୍ସିଙ୍ଗ କରିବା ପରେ ତାଙ୍କ ଶରୀର ଲାଲ ପଡ଼ିଯିବା ସହ କାଖ ତଳ ସିଝି ଯାଇଥିବା ଜଣା ପଡ଼ିଛି । ଏ ବିଷୟରେ ସୁମୋନା ନିଜର ଫଟୋ ସୋସିଆଲ ମିଡ଼ିଆରେ ଅପ୍ଲୋଡ଼ କରିବା ପରେ ଏ ଘଟଣାଟି ସାମ୍ନାକୁ ଆସିଛି । ସୁମୋନା ନିଜର ଓ୍ଵାକ୍ସିଙ୍ଗ ପାଇଁ ଏକ ପର୍ସନାଲ ଆପ୍ ଜରିଆରେ ଓ୍ଵାକ୍ସିଙ୍ଗ ସର୍ଭିସ ବୁକ୍ କରିଥିଲେ । କିନ୍ତୁ ଓ୍ଵାକ୍ସିଙ୍ଗ କରିବା ପରେ ତାଙ୍କ ଶରୀର ଲାଲ ପଡ଼ିବା ସହ ସିଝି ଯାଇଥିଲା । ଯାହା ପାଇଁ ସେ ଏ ବିଷୟରେ ନିଜ ପ୍ରଶଂସକମାନଙ୍କୁ ଜଣାଇ ସତର୍କ କରାଇଛନ୍ତି ।
/sambad/media/post_attachments/wp-content/uploads/2018/07/468253-sumona-twitter-300x171.jpg)
ନିଜର କିଛି ଫଟୋ ପୋଷ୍ଟ କରି ମୁଁ ଯେଉଁ ପାର୍ଲରରେ ଓ୍ଵାକ୍ସିଙ୍ଗ କରାଏ ସେଠି ମୋତେ ଆପଏଣ୍ଟମେଣ୍ଟ ମିଳି ନଥିଲା । ଯାହା ପାଇଁ ମୋତେ ଘରେ ହିଁ ଓ୍ଵାକ୍ସିଙ୍ଗ କରାଇବାକୁ ପଡ଼ିଥିଲା । ସେମାନଙ୍କର ଖରାପ ସର୍ଭିସ ପାଇଁ ମୋର ଆଜି ଏ ଅବସ୍ଥା ହୋଇଛି । ଦିନସାରା ସୂର୍ଯ୍ୟ କିରଣରୁ ମୁଁ ନିଜକୁ ଦୂରେଇ ରଖିବା ସହ ଜେଲ ଲଗାଇ ମୋତେ ଦିନ ସାରା ଘରେ ରହିବାକୁ ପଡ଼ିଥିଲା ବୋଲି ଲେଖି ପୋଷ୍ଟ କରିଛନ୍ତି ସୁମୋନା ।