ମୁମ୍ବାଇ: ୧୯୯୯ରେ ହୋଇଥିବା କାନ୍ଦାହାର ହାଇଜାକ୍ ଘଟଣାକୁ ନେଇ ନିର୍ମାଣ ହୋଇଛି ୱେବ୍ ସିରିଜ୍। ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶନାରେ ୱେବ୍ ସିରିଜ୍ ନିର୍ମାଣ ହୋଇଥିବା ବେଳେ ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି | ଆଇସି ୮୧୪: କାନ୍ଦାହାର ହାଇଜାକ ନାମରେ ନିର୍ମାଣ ହୋଇଥିବା ଏହି ୱେବ୍ ସିରିଜରେ କପିଲ ଶର୍ମା ସୋ'ର ଜଣାଶୁଣା ଅଭିନେତା ରାଜୀବ ଠାକୁର ମଧ୍ୟ ନଜର ଆସିଛନ୍ତି | ଏବେ ଜଣାପଡିଛି ଯେ, ସେ ଏହି ସିରିଜ କରିବା ପାଇଁ ମନା କରିଦେଇଥିଲେ | କିନ୍ତୁ ପରେ କପିଲ କହିବାରୁ ସେ ରାଜି ହୋଇଥିଲେ |

Advertisment

ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, "ମୋତେ ଏହି ସିରିଜର ଅଫର ମିଳିବା ପରେ ମୁଁ ବହୁତ ଖୁସି ଥିଲି | ଜୁନ ମାସ ଶେଷ ଆଡକୁ ସୁଟିଂ ଥିବା ଜାଣି ମୁଁ ଏହାକୁ କରିବାକୁ ମନା କରିବି ବୋଲି ଭାବିଥିଲି | କାରଣ କପିଲଙ୍କ ସହ ଆମେରିକାରେ ସୋ' କରିବାକୁ ମୁଁ କଥା ଦେଇ ସାରିଥିଲି | କପିଲ ଏହା ବିଷୟରେ ଜାଣିବା ପରେ ମୋତେ କହିଥିଲେ, ତୁମେ ସିରିଜକୁ ନା କୁହ ନାହିଁ | ମୁଁ ସୋ'କୁ ଆଗକୁ ଘୁଞ୍ଚାଇଦେବି | ଏହା ପରେ ମୁଁ ସୁଟିଂ ଶେଷ କରିବା ପରେ ଜୁଲାଇରେ ଆମେ ଆମେରିକାରେ ସୋ' କରିଥିଲୁ | ସେ ଏଭଳି କରିନଥିଲେ ମୁଁ ସିରିଜରେ କାମ କରିପାରି ନଥାନ୍ତି |"