ଜାଣନ୍ତୁ କିଏ ଦୁଃଖୀ ହେବାରୁ ମଦ ପିଇବା ଛାଡ଼ିଥିଲେ କପିଲ ଶର୍ମା?

ମୁମ୍ବାଇ : କିଛି ଦିନ ତଳେ ଚଣ୍ଡିଗଡ଼ରେ ହୋଇଥିବା ଆଣ୍ଟି ଡ୍ରଗ୍‌ କ୍ୟାମ୍ପେନ୍‌ରେ ହାସ୍ୟ ଅଭିନେତା କପିଲ ଶର୍ମା ଯୋଗ ଦେଇଥିଲେ । ତାଙ୍କ ସହ ଅନେକ ବଲିଉଡ୍‌ କଳାକାର ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଥିଲେ । ଅଭିଯାନରେ ଯୋଗ ଦେଇ କୌଣସି ନିଶାର ଅଭ୍ୟାସ ହୋଇଯିବା ନିଜ ସହ ଅନ୍ୟମାନଙ୍କ ପାଇଁ କେତେ ଖରାପ ତାହା ଜଣାଇଥିଲେ । ଏହି ଅବସରରେ ସେ ନିଜ ସହ ଘଟିଥିବା ଘଟଣା ବିଷୟରେ ଜଣାଇ ଭାବୁକ ହୋଇ ଯାଇଥିବା ଦେଖା ଯାଇଥିଲା ।

Deccan Chronicle

ଦିନ ଥିଲା ସେ ମଦରେ ବୁଡ଼ି ରହୁଥିଲେ । ସୋ’ ବନ୍ଦ ହେବା ପରେ ସେ ଅବସାଦଗ୍ରସ୍ତ ହେବା ସହ ମଦ ପିଇବାକୁ ଲାଗିଥିଲେ । ଧୀରେ ଧୀରେ ଏହା ତାଙ୍କ ଅଭ୍ୟାସରେ ପରିଣତ ହୋଇ ଯାଇଥିଲା । ମଦ ପିଇ ସେ ଲୋକମାନଙ୍କ ସହ ର୍ଦୁବ୍ୟବହାର କରିବା ମଧ୍ୟ ଆରମ୍ଭ କରିଥିଲେ । କିନ୍ତୁ ନିଜ ମା’ଙ୍କୁ ଚିନ୍ତା କରୁଥିବା ଦେଖି କପିଲ ମଦ ଛାଡ଼ିବା ପାଇଁ ମନସ୍ଥ କରିଥିଲେ । ଯାହା ପରେ ଯୋଗ କରିବା ସହ ବ୍ୟାୟାମ କରି ସେ ନିଜ ମନକୁ ନିୟନ୍ତ୍ରଣକୁ ଆଣିବା ସହ ନୂଆ ଯାତ୍ରା ଆରମ୍ଭ କରିଥିବା କଥା ଉପସ୍ଥିତ ଲୋକମାନଙ୍କୁ ଜଣାଇଥିଲେ କପିଲ ।

ସମ୍ବନ୍ଧିତ ଖବର