ମୋଦିଙ୍କୁ ଟେଲିଭିଜନ ସୋ’ରେ କ୍ଷମା ମାଗିଲେ କପିଲ

ମୁମ୍ବାଇ: ରବିବାର ‘ଦ କପିଲ ଶର୍ମା’ ସୋ’କୁ ସିନେମା ‘ଏକ ଲଡେକି କୋ ଦେଖା ତୈ ଐସା ଲଗା’ର ଷ୍ଟାରକାଷ୍ଟ ସୋନମ କପୁର, ଅନିଲ କପୁର, ଜୁହି ଚାୱଲା ଏବଂ ରାଜ କୁମାର ରାଓ ଅତିଥି ଭାବେ ନଜର ଆସିଥିଲେ । ଏଥିସହିତ ‘ଦ କପିଲ ଶର୍ମା’ ସୋ’ରେ ରାଜ କୁମାର ରାଓଙ୍କର ସରପ୍ରାଇଜ୍‌ ଏଣ୍ଟ୍ରି ଦେଖିବାକୁ ମିଳିଥିଲା। କିନ୍ତୁ ଯେମିତି ରାଜକୁମାର ସୋ’ରେ ଏଣ୍ଟ୍ରି କରିଥିଲେ, ତାଙ୍କୁ କପିଲ୍‌ ପ୍ରଶ୍ନ କରଥିଲେ, ଆପଣ ନରେନ୍ଦ୍ର ମୋଦିଙ୍କୁ ଭେଟି ଥିଲେ, କ’ଣ ମୋ ବିଷୟରେ କିଛି କଥାବାର୍ତ୍ତା ହୋଇଥିଲା। ଆଉ ଏହାର ରାଜକୁମାରଙ୍କ ଠାରୁ ଜବାବ ଶୁଣିଲାପରେ କପିଲ ନ୍ୟାସନାଲ ଟେଲିଭିଜନରେ ନରେନ୍ଦ୍ର ମୋଦିଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ।

ପ୍ରକୃତରେ ରାଜ କୁମାର କପିଲଙ୍କୁ କହିଥିଲେ, ମୁଁ ଯେତେବେଳେ ମୋଦିଙ୍କୁ ଭେଟିଥିଲି ସେ ଆପଣଙ୍କ ଉପରେ କ୍ରୋଧିତ ଥିଲେ। ଶୁଣିଛି କେହି ତାଙ୍କୁ ଟୁଇଟ କରି ଦେଇଥିଲେ। ଏହି ପ୍ରସଙ୍ଗରେ କପିଲ କହିଥିଲେ, ଏହାତ ପୁରୁଣା କଥା, ଟୁଇଟ ନାମରେ ଏକ ସମସ୍ୟା ଥିଲା। ଏହାପରେ ସମସ୍ତଙ୍କ ସାମ୍ନାରେ କପିଲ ମୋଦିଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ।

ଏହାପରେ ନବଜୋତ ସିଂ ସିଦ୍ଧୁ କପିଲଙ୍କୁ କମେଣ୍ଟ କରି କହିଥିଲେ, ରାତି ୧୨ଟାରେ ଟୁଇଟ କଲେ ଏହି ଦଶା ଭୋଗିବାକୁ ପଡିଥାଏ । ନବଜୋତ ସିଂଙ୍କୁ କପିଲ କହିଥିଲେ, ମୋର କ’ଣ ଅଛି, ଆପଣ ବି ତ ପାକିସ୍ତାନ ଯାଇଥିଲେ। ଏହାପରେ ସୋ’ରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ ଠୋ ଠୋ ହୋଇ ହସିବାକୁ ଲାଗିଥିଲେ।

 

ଏଠାରେ ଆପଣଙ୍କୁ କହିରଖୁଛୁ ଯେ, ୨୦୧୬ରେ କମେଡିଆନ କପିଲ ଶର୍ମା ଦୁର୍ନୀତି ବିରୋଧରେ ଗୋଟିଏ ଟୁଇଟ କରିବା ସହିତ ଟ୍ୟାଗ କରି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ । ଏବଂ କହିଥିଲେ ପ୍ରତିବର୍ଷ ସରକାରଙ୍କୁ ୧୫କୋଟି ଟଙ୍କାର ଟ୍ୟାକ୍ସ ଦେଉଛୁ, ପୁଣି ବି ନିଜ ଅଫିସ ପାଇଁ ତାଙ୍କୁ ବିଏମ୍‌ସିଙ୍କୁ ୫ଲକ୍ଷ ଟଙ୍କାର ଲାଞ୍ଚ ଦେବାକୁ ପଡ଼ିବ। ଏହା କ’ଣ ଆପଣଙ୍କ ଅଚ୍ଛେ ଦିନ? ଏହି ଟୁଇଟକୁ ନେଇ ବି ହଙ୍ଗାମା ହୋଇଥିଲା।

ସମ୍ବନ୍ଧିତ ଖବର