କପିଲ୍ ଶର୍ମାଙ୍କ ହାତରେ ଲେଖାଥିଲା ଏକ୍ସ-ଗାର୍ଲଫ୍ରେଣ୍ଡଙ୍କ ନାଆଁ
ଫିଲ୍ମ ଓ ଟେଲି ଜଗତରେ ଜଣାଶୁଣା ଅଭିନେତା ଅଲ୍ଲୀ ଅସଗର୍ ଏବେ କମେଡିଆନ୍ କପିଲ ଶର୍ମାଙ୍କ ସଂପର୍କରେ ଏକ ନୂଆ କଥା କହିଛନ୍ତି । କପିଲ ଶର୍ମାଙ୍କ ଲୋକପ୍ରିୟ କମେଡି ସୋ ‘ଦ କପିଲ ଶର୍ମା ସୋ’ରେ କପିଲଙ୍କ ଜେଜେ ମା’ ଭୂମିକା ନିଭାଇ ଅଲ୍ଲୀ ଅଜଗର ବି ବେଶ୍ ଲୋକପ୍ରିୟତା ହାସଲ କରିଥିଲେ । ଏହି ସୋ’ରେ ଦୀର୍ଘ ଦିନ ଧରି ଦୁହେଁ ଏକାଠି କାମ କରିଥିବା ହେତୁ ଉଭୟଙ୍କ ଭିତରେ ସୁସଂପର୍କ ଥିଲା । ହେଲେ ଗତବର୍ଷ ବିମାନ ଭିତରେ ଅନ୍ୟତମ ଜଣାଶୁଣା କମେଡିଆନ୍ ସୁନିଲ ଗ୍ରୋଭରଙ୍କ ସହିତ କପିଲ ଶର୍ମାଙ୍କର ଝଗଡା ହେବା ପରେ ଦୁହିଁଙ୍କ ଭିତରେ କଥାବାର୍ତ୍ତା ବି ନଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏଇ ନିକଟରେ ଅଲ୍ଲୀ କପିଲଙ୍କୁ ଭେଟିଥିଲେ । ସେ କପିଲଙ୍କ ଦେହ ଖରାପ ଥିବା ଜାଣିବା ପରେ ତାଙ୍କୁ ଦେଖା କରିଥିଲେ । ଅଲ୍ଲୀ କହିଛନ୍ତି ଏହି ଭେଟଘାଟ ସମୟରେ କପିଲ ଶର୍ମା ଖୁବ ଭାବପ୍ରବଣ ହୋଇ ଉଠିଥିଲେ । କପିଲ ଖୁବ ଡିପ୍ରେସନରେ ଥିଲେ ଓ ତାଙ୍କ ହାତରେ ତାଙ୍କର ଏକ୍ସ ଗାର୍ଲଫ୍ରେଣ୍ଡ ପ୍ରୀତିଙ୍କ ନାମ ଲେଖାଥିବାର ଦେଖିବାକୁ ପାଇଥିଲେ ସେ ।
ଅଲ୍ଲୀ ଆହୁରି କହିଛନ୍ତି ଯେ ସେ ସବୁବେଳେ କପିଲଙ୍କୁ ସହଯୋଗ କରି ଆସିଛନ୍ତିା ତାଙ୍କ ସ୍ୱାସ୍ଥ୍ୟ କଥା ହେଉ କି ସୋ’ ବିଷୟରେ ହେଉ, ସବୁ ପ୍ରସଙ୍ଗରେ କପିଲଙ୍କୁ ପରାମର୍ଶ ଦେଇଥାନ୍ତି ସେ ।