କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିବା ପରେ କପିଲ କହିଲେ ଏଭଳି କଥା..

ନୂଆଦିଲ୍ଲୀ: କପିଲ ଶର୍ମା ତାଙ୍କର ଲୋକପ୍ରିୟ କମେଡି ସୋ’ ଜରିଆରେ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥାଆନ୍ତି। ଦେଶ ତଥା ଦେଶ ବାହାରେ କପିଲଙ୍କ ଏହି ସୋ’କୁ ଦର୍ଶକ ବେଶ ପସନ୍ଦ କରିଥାଆନ୍ତି। କପିଲ ପ୍ରାୟତଃ ସୁଟିଂରେ ବ୍ୟସ୍ତ ରହିଥାଆନ୍ତି। ଏହାସତ୍ତ୍ବେ ସେ ସୁଟିଂରୁ ସମୟ ବାହାର କରି ବୁଲାବୁଲି କରିବା ଓ ପରିବାର ସହିତ ସମୟ ବିତାଇବାକୁ ପସନ୍ଦ କରିଥାଆନ୍ତି। ନିକଟରେ କପିଲ ନିଜର ଅପକମିଂ ସିନେମାର ସୁଟିଂ ପାଇଁ ଓଡ଼ିଶା ଆସିଥିଲେ। ଏହି ସୁଟିଂ ସମୟରେ ସେ ବିଭିନ୍ନ ଐତିହାସିକ ସ୍ଥାନ ସହିତ ଓଡ଼ିଶାର କିଛି ମନ୍ଦିର ବୁଲି ଦେଖିଥିଲେ।

କପିଲ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ ଓଡ଼ିଶାର କୋଣାର୍କ ସୂର୍ଯ୍ୟ ମନ୍ଦିର ପାଖରେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ସେ ପୁରୀ ଜଗନ୍ନାଥ ମନ୍ଦିରକୁ ବି ଯାଇଥି‌ଲେ। କପିଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବି ଭେଟିଥିଲେ।

 

 

View this post on Instagram

 

A post shared by Kapil Sharma (@kapilsharma)

କପିଲ ଶର୍ମା ଓଡ଼ିଶାର ଐତିହାସିକ ସ୍ଥାନ ଓ ମନ୍ଦିର ଦେଖି ବହୁତ ଖୁସି ହୋଇ ଯାଇଥିଲେ। ଏଥିସହିତ ଏସବୁ ସ୍ଥାନର ଫଟୋ ଉଠାଇ ତାକୁ ସ୍ମୃତି କରି ରଖିବେ ବୋଲି ବି କହିଥିଲେ। କପିଲ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବା ସମୟରେ ମୋତେ ବହୁତ ଖୁସି ଲାଗିଥିଲା। ସେ ସ୍ଥାନ ଅତ୍ୟନ୍ତ ସୁନ୍ଦର।’

ସମ୍ବନ୍ଧିତ ଖବର