ମୁମ୍ବାଇ: ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । କିଛି ଦିନ ମଧ୍ୟରେ ତାଙ୍କର ବ୍ୟାବସାୟିକ ଏବଂ ବ୍ୟକ୍ତିଗତ ଜୀବନରେ ଅନେକ କିଛି ପରିବର୍ତ୍ତନ ଆସିଛି । ଚ୍ୟାନେଲ ତରଫରୁ କପିଲଙ୍କ ସୋ’ର ଭଲ ଟିଆର୍‌ପି ନ ହେବାରୁ ତାଙ୍କ ସୋ’କୁ ବନ୍ଦ କରିଦିଆଯାଇଛି । ତେବେ କପିଲଙ୍କୁ ନେଇ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି । ତାଙ୍କ ସହ ଘଟିଥିବା ଘଟଣାଗୁଡ଼ିକୁ ନେଇ ଅପମାନଜନକ କଥା ଲେଖିଥିବାରୁ ସେ ବୁଧବାର ଏଣ୍ଟରଟେନ୍‌ମେଣ୍ଟ ନିଉଜ୍‌ ପୋର୍ଟାଲ ଏବଂ ସେଥିରେ କାମ କରୁଥିବା ସାମ୍ବାଦିକ ବିକି ଲାଲ୍‌ଓ୍ଵାନୀଙ୍କୁ କୋର୍ଟ ନୋଟିସ ଜାରି କରିିଛି । ନୋଟିସ ପାଇବାର ୭ ଦିନ ମଧ୍ୟରେ ସେ ବିକିଙ୍କୁ ସାର୍ବଜନୀକ ଭାବରେ ତାଙ୍କୁ କ୍ଷମା ମାଗିବା ପାଇଁ କହିଥିବା ଜଣା ପଡ଼ିଛି ।

Advertisment

publive-image India.com

ଏହା ସହ ଏହି ସବୁ ଖବର ପାଇଁ ତାଙ୍କ ଭାବମୂର୍ତ୍ତି ସମସ୍ତଙ୍କ ସାମ୍ନାରେ ଖରାପ ହୋଇଥିବାରୁ ସେ୧୦୦କୋଟି ଟଙ୍କା କ୍ଷତିପୂରଣ ମଧ୍ୟ ମାଗିଥିବା ଜଣା ପଡ଼ିଛି । ଆଗକୁ ଯେପରି ତାଙ୍କ ବିରୋଧରେ ଏଭଳି ଅପମାନଜନକ ଖବର ପ୍ରସାର ନ କରାଯାଏ ସେ ନେଇ ସେ ଚେତାବନୀ ଦେଇଥିବା ବେଳେ ଏ ପର୍ଯ୍ୟନ୍ତ ତାଙ୍କ ଭାବମୂର୍ତ୍ତିକୁ ନଷ୍ଟ କଲା ଭଳି ଯେତିକି ବି ଲେଖା ରହିଛି ସେ ସବୁକୁ ହଟାଇବା ପାଇଁ ସେ କହିଛନ୍ତି । ଅନ୍ୟ ପକ୍ଷରେ କପିଲ ଶର୍ମା ସାମ୍ବାଦିକ ବିକି ଲାଲ୍‌ଓ୍ଵାନିଙ୍କୁ କୋର୍ଟ ନୋଟିସ ଦେବା କଥା ସତ ବୋଲି କହିଛନ୍ତି ଓକିଲ ତନ୍‌ବୀର୍‌ ନିଜାମ୍‌ । ତାଙ୍କ କହିବା ଅନୁଯାୟୀ, ମୋର କ୍ଲାଏଣ୍ଟ କପିଲଙ୍କୁ ନେଇ ବିକି ସ୍ପଟ୍‌ବଏରେ ଅପମାନଜନକ କଥା ଲେଖିଥିଲେ । ଯାହାଦ୍ୱାରା ତାଙ୍କ ପ୍ରଶଂସକଙ୍କ ସାମ୍ନାରେ କପିଲଙ୍କ ଭାବମୂର୍ତ୍ତି ନଷ୍ଟ ହୋଇଥିଲା । ଏଥିପାଇଁ ୭ଦିନ ମଧ୍ୟରେ ସାର୍ବଜନୀକ ସ୍ତରରେ ବିକି କପିଲଙ୍କୁ କ୍ଷମା ମାଗନ୍ତୁ ବୋଲି ଆମେ କୋର୍ଟର ନୋଟିସ ତାଙ୍କୁ ପଠାଇଛୁ । ଯଦି ସେ ଏପରି ନ କରନ୍ତି, ତେବେ ଆମେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।