ମୁମ୍ବାଇ: ଟିଭି ଏବଂ ଚଳଚ୍ଚିତ୍ରରେ କାମ କରୁଥିବା ହାସ୍ୟ କଳାକାରମାନେ ସେମାନଙ୍କର ମଜାକଥାରେ ଦର୍ଶକଙ୍କୁ ହସାଇଥାନ୍ତି। ଏଭଳି ଅନେକ ହାସ୍ୟ କଳାକାର ରହିଛନ୍ତି, ଯେଉଁମାନେ ନିଜ କଳାମାଧ୍ୟମରେ କୋଟିପତି ହୋଇପାରିଛନ୍ତି। ଅନେକ ସମସ୍ୟାର ସାମ୍ନା କରିବା ପରେ ସେମାନଙ୍କୁ ଏବେ ଲୋକପ୍ରିୟତା ମିଳିଛି। ଲୋକପ୍ରିୟ ହାସ୍ୟ ଅଭିନେତାମାନଙ୍କ ତାଲିକାରେ କପିଲ ଶର୍ମାଙ୍କଠାରୁ ଆରମ୍ଭ କରି ଭାରତୀ ସିଂଙ୍କ ନାଁ ସାମିଲ ରହିଛି। କେବଳ ଟିଭି ନୁହେଁ ଲାଇଭ୍ ଓ ରିୟାଲିଟି ସୋ’ରେ ମଧ୍ୟ ଏମାନଙ୍କର ଲୋକପ୍ରିୟତା ରହିଛି। ତେବେ ଆପଣଙ୍କୁ ସବୁବେଳେ ହସାଉଥିବା ଏହି ହାସ୍ୟ କଳାକାରଙ୍କ ମୋଟ ସମ୍ପତ୍ତି କେତେ ଆପଣ ଜାଣନ୍ତି କି?
୧. ହାସ୍ୟ ଅଭିନେତା କପିଲ ଶର୍ମା ପ୍ରତି ସପ୍ତାହରେ ଦି କପିଲ ଶର୍ମା ସୋ’ ମାଧ୍ୟମରେ ଦର୍ଶକଙ୍କୁ ହସାଇଥାନ୍ତି। ସେ ବର୍ତ୍ତମାନ ଦେଶର ସବୁଠାରୁ ମହଙ୍ଗା ହାସ୍ୟ ଅଭିନେତା ଥିବା ବେଳେ ରିପୋର୍ଟ ଅନୁଯାୟୀ କପିଲଙ୍କ ଏବେ୨୪୫କୋଟି ସମ୍ପତ୍ତିର ମାଲିକ ଅଟନ୍ତି।
୨. ସେହିଭଳି ହାସ୍ୟ ଅଭିନେତ୍ରୀମାନଙ୍କ ମଧ୍ୟରେ ଭାରତୀ ସିଂ ସବୁଠାରୁ ଲୋକପ୍ରିୟ ଚେହେରା। ରିପୋର୍ଟ ଅନୁଯାୟୀ, ଭାରତୀଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୩୦କୋଟି ଅଟେ।
୩. କପିଲଙ୍କ ସୋ’ରୁ ଅଲଗା ହେବା ପରେ ସୁନୀଲ ଗ୍ରୋଭର ଅନ୍ୟ ସୋ’ ଏବଂ ଚଳଚ୍ଚିତ୍ର କରିବାରେ ବ୍ୟସ୍ତ ଅଛନ୍ତି। ଲୋକପ୍ରିୟତା ସହ ସୁନୀଲଙ୍କ ସମ୍ପତ୍ତି ମଧ୍ୟ ବଢ଼ିଛି। ଏବେ ସୁନୀଲ ଗ୍ରୋଭରଙ୍କ ମୋଟ ସମ୍ପତ୍ତି ୨୧କୋଟି ଥିବା ଜଣାପଡ଼ିଛି।