ମୁମ୍ବାଇ: ସୁପ୍ରସିଦ୍ଧ କମେଡିଆନ୍ କପିଲ୍ ଶର୍ମା ନିକଟରେ ଘୋଷଣା କରିଛନ୍ତି କି ତାଙ୍କ ପତ୍ନୀ ଦ୍ବିତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଏହି କାରଣରୁ ସେ କିଛି ଦିନ ପାଇଁ ତାଙ୍କ ସୋ’ରୁ ବିରତି ନେଉଛନ୍ତି ବୋଲି ତାଙ୍କ ଟ୍ବିଟର୍ ଆକାଉଣ୍ଟ୍ରେ ଘୋଷଣା କରିଛନ୍ତି।
ତାଙ୍କର ଜଣେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେଇ କପିଲ୍ ଏପରି ଲେଖିଛନ୍ତି। କପିଲ୍ଙ୍କ ସୋ’ କାହିଁକି ବନ୍ଦ ହୋଇଛି ବୋଲି ପ୍ରଶଂସକ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ କପିଲ୍ ତାଙ୍କର ଦ୍ବିତୀୟ ସନ୍ତାନର ଆଗମନ ନେଇ ସୂଚନା ଦେଇଛନ୍ତି। ସେ ତାଙ୍କ ପତ୍ନୀଙ୍କ ସହ ଘରେ ରହିବାକୁ ଚାହାନ୍ତି ଓ ସେହି କାରଣରୁ କାମରୁ ବିରତି ନେଇଛନ୍ତି ବୋଲି ପ୍ରଶଂସକଙ୍କୁ ଉତ୍ତର ଦେଇଛନ୍ତି।
Bcoz I need be there at home with my wife to welcome our second baby 😍🧿 https://t.co/wdy8Drv355
— Kapil Sharma (@KapilSharmaK9) January 28, 2021
କପିଲ୍ ଆହୁରି ଅନେକ ପ୍ରଶଂସକଙ୍କ ପ୍ରଶ୍ନର ମଧ୍ୟ ଉତ୍ତର ଦେଇଛନ୍ତି। ଜଣେ ପ୍ରଶ୍ନ ପଚାରିଥିଲେ କପିଲଙ୍କ ପ୍ରିୟ ଷ୍ଟ୍ରିଟ୍ଫୁଡ୍ କ’ଣ? କପିଲ୍ ଲେଖିଛନ୍ତି ‘ସିଙ୍ଗଡ଼ା’। ଆଉ ଜଣେ ତାଙ୍କ ଝିଅ କହିଥିବା ପ୍ରଥମ ଶବ୍ଦ କ’ଣ ପଚାରିବାରୁ କପିଲ୍ ଉତ୍ତର ଦେଇଛନ୍ତି, ‘ ମୁଁ ଭାବୁଛି ପାପା, ସାଧୁତାର ସହ କହିବାକୁ ଗଲେ ମାମା’।
ଉଲ୍ଲେଖଯୋଗ୍ୟ, ୨୦୧୮ ମସିହାରେ ଦୀର୍ଘ ବର୍ଷର ପ୍ରେମିକା ଗିନିଙ୍କୁ ବିବାହ କରିଥିଲେ କପିଲ୍। ସେମାନଙ୍କର ଏବେ ବର୍ଷକର ଝିଅ ଅଛି।