ବାଉଳାରେ ମୋଦୀଙ୍କୁ କରିଦେଇଥିଲି ଏମିତି ଟ୍ୱିଟ, ଡରରେ ପଳାଇଥିଲି ମାଳଦ୍ଵୀପ

ମୁମ୍ବାଇ: ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ କିଏ ବା ନ ଜାଣିଛି | ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି | କପିଲ ତାଙ୍କ କମେଡିରେ ଲୋକଙ୍କୁ ହସାଇବା ବର୍ଷ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି | ବର୍ତ୍ତମାନ କପିଲ ଶର୍ମା ଖୁବ୍ ଶୀଘ୍ର ତାଙ୍କର ପ୍ରଥମ ଷ୍ଟାଣ୍ଡ ଅପ୍ କମେଡି ସୋ ସହିତ ପ୍ରଶଂସକଙ୍କୁ ହସାଇବାକୁ ଆସୁଛନ୍ତି | ଏହି ଶୋ’ର ନାମ ହେଉଛି ‘କପିଲ ଶର୍ମା: ଆଇ ଆମ ନଟ ଡ଼ନ ୟେଟ’ | ଜାନୁଆରୀ ୨୮ରେ ନେଟଫ୍ଲିକ୍ସରେ ଏହି ଶୋ ’ରିଲିଜ୍ ହେବାକୁ ଯାଉଛି। କପିଲଙ୍କ ଏହି ଷ୍ଟାଣ୍ଡଅପ୍ କମେଡି ସୋ’ର ଏକ ଟିଜର ଭିଡିଓ ସାମ୍ନାକୁ ଆସିଛି, ଯାହାକୁ କପିଲ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି।

ଏହି ଭିଡିଓରେ କପିଲ ତାଙ୍କର ଗୋଟିଏ ଟ୍ୱିଟ୍ ବିଷୟରେ କହିଛନ୍ତି ଯେ ଥରେ ଏକ ଟ୍ୱିଟ ପାଇଁ ସେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ଭିଡିଓରେ କପିଲ ଶର୍ମା କହିଛନ୍ତି ଯେ, ‘ସେ ବିଏମସି ବିରୋଧରେ ଏକ ଟୁଇଟ୍ କରିଥିଲେ, ଯାହା ପରେ ତାଙ୍କୁ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡିଥିଲା । କପିଲ କହିଛନ୍ତି ଯେ ଟ୍ୱିଟ୍ କରିବା ପରେ ମୁଁ ଡରରେ ତୁରନ୍ତ ମାଳଦ୍ୱୀପକୁ ପଳାଇଥିଲି, ସେଠାରେ ଏକ ହୋଟେଲରେ ପହଞ୍ଚି କହିଥିଲି ଯେ ମୋତେ ଏମିତି ଏକ କୋଠରୀ ଦିଅ ଯେଉଁଠାରେ ଇଣ୍ଟରନେଟ୍ ନଥିବ | ହୋଟେଲ କର୍ତୃପକ୍ଷ ପଚାରିଥିଲେ ଯେ, ତୁମେ ବିବାହ କରି ଆସିଛ ତ, ମୁଁ କହିଥିଲି ଯେ ଟ୍ୱିଟ୍ କରି ଆସିଛି’ |


କପିଲ ଶର୍ମା ଆହୁରି ମଧ୍ୟ କହିଛନ୍ତି ଯେ, ‘ମୁଁ ସେଠାରେ ଯେତେ ଦିନ ରହିଥିଲି, ମୁଁ ୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲି। ସେହି ଟୁଇଟ୍ ହେତୁ ମୋତେ ଖର୍ଚ୍ଚାନ୍ତ ହେବାକୁ ପଡିଥିଲା | ସୂଚନା ଥାଉ କି ଯେ କପିଲ ଯେଉଁ ଟ୍ୱିଟ ବିଷୟରେ କହୁଛନ୍ତି, ସେ ୨୦୧୬ ମସିହାରେ ବିଏମସି ବିରୋଧରେ କରିଥିଲେ । ଯେଉଁଥିରେ ସେ କହିଥିଲେ ଯେ ବିଏମସି ମୁମ୍ବାଇ ତାଙ୍କଠାରୁ ଲାଞ୍ଚ ନେଇଛି। ଏଥି ସହ କପିଲ ଏହି ଟ୍ୱିଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଟ୍ୟାଗ କରିଥିଲେ । କପିଲ ଟ୍ୱିଟରେ ଲେଖିଥିଲେ ଯେ ମୁଁ ଗତ ୫ ବର୍ଷ ଧରି ୧୫ କୋଟି ଟଙ୍କା ଆୟକର ଦେଉଛି, ତଥାପି ମୋ ଅଫିସ ଖୋଲିବାକୁ ବିଏମସିକୁ ୫ ଲକ୍ଷ ଲାଞ୍ଚ ଦେବାକୁ ପଡିଛି । କପିଲ ଶର୍ମାଙ୍କ ଏହି ଗୋଟିଏ ଟ୍ୱିଟରେ ଅନେକ ହଙ୍ଗାମା ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର