ମୁମ୍ବାଇ: ହାସ୍ୟ ଅଭିନେତା ତଥା ଅଭିନେତା କପିଲ ଶର୍ମା ସବୁବେଳେ ଚର୍ଚ୍ଚାରେ ଥାନ୍ତି। ନିଜ ସହକଳାକାରଙ୍କ ସହ ବିବାଦକୁ ନେଇ ହେଉ କି ନିଜ ଫିଲ୍ମକୁ ନେଇ, କପିଲଙ୍କୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। ନିଜ କମେଡି ସୋ’ ମାଧ୍ୟମରେ ସମସ୍ତଙ୍କୁ ହସାଉଥିବା କପିଲ ଏବେ ନିଜ ଝିଅ ଅନାୟରାଙ୍କ ସହ ରାମ୍ପ ୱାକ୍ କରିଥିବା ଦେଖାଯାଇଛି। ଏକ ଇଭେଣ୍ଟରେ ଦୁହେଁ ରାମ୍ପ୍ ୱାକ୍ କରିଥିବା ବେଳେ ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

Advertisment

ରବିବାର ରାତିରେ କପିଲ ଶର୍ମା ନିଜ ୩ବର୍ଷର ଝିଅ ଅନାୟରାଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାମ୍ପ୍ ୱାକ୍ କରିଥିବାର ନଜର ଆସିଥିଲେ। ଏହି ସମୟରେ କପିଲ ଅନାୟରାଙ୍କ ହାତ ଧରି ରାମ୍ପ ୱାକ୍ କରିଥିବା ଦେଖାଯାଇଥିଲା। ଦୁହେଁ କଳା ରଙ୍ଗର ପୋଷାକ ପିନ୍ଧିଥିବା ବେଳେ ଅନାୟରା ହସି ହସି ରାମ୍ପ ୱାକ୍ କରିଥିଲେ। ଏହି ସମୟରେ କପିଲ ନିଜ ଝିଅକୁ ବସିଥିବା ଦର୍ଶକଙ୍କୁ ଫ୍ଲାଇଙ୍ଗ କିସ୍ ଦେବାକୁ କହୁଥିବା ଦେଖିବାକୁ ମିଲିଥିଲା। ବାପାଙ୍କ କଥା ମାନି ଅନାୟରା ବସିଥିବା ଦର୍ଶକଙ୍କୁ ଫ୍ଲାଇଙ୍ଗ କିସ୍ ଦେବା ସହ ହାତ ହଲାଇ ସମସ୍ତଙ୍କୁ ହେଲୋ କହୁଥିବା ଦେଖିବାକୁ ମିଳିଥିଲା।

ଭିଡିଓ ସାମ୍ନାକୁ ଆସିବା ପରେ ଅନାୟରାଙ୍କ ସୁନ୍ଦର ହସ ଏବେ ସମସ୍ତଙ୍କ ମନ କିଣି ନେଇଛି। ପ୍ରଥମ ଥର ସେ ରାମ୍ପରେ ଚାଲୁଥିବାର ଭିଡିଓ ସେୟାର କରାଯିବା ପରେ କିଛି ମିନିଟ ମଧ୍ୟରେ ଏହାର ଭାଇରାଲ ହୋଇଛି।