ଲାଇଭ୍‌ ଦେଖି ପାରିବେ କପିଲ-ଗିନ୍ନୀଙ୍କ ବିବାହ, ଜାଣନ୍ତୁ କେମିତି?

ମୁମ୍ବାଇ : ଭାରତର ସବୁଠାରୁ ଚର୍ଚ୍ଚିତ ଏବଂ ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା ଡ଼ିସେମ୍ବର ୧୨ରେ ନିଜ ପ୍ରେମିକା ଗିନ୍ନୀ ଚତାର୍ଥଙ୍କୁ ବିବାହ କରିବା ପାଇଁ ଯାଉଛନ୍ତି । ଜଲନ୍ଧରେ ଦୁହିଁଙ୍କ ବିବାହ ଅନୁଷ୍ଠିତ ହେବାକୁ ଥିବା ବେଳେ ବିବାହ ପରେ ଗିନ୍ନୀଙ୍କୁ ସମୟ ଦେବା ପାଇଁ କପିଲ ପୂର୍ବରୁ ସବୁ କାମ ସାରୁଥିବା ଦେଖାଯାଇଥିଲା । ନିଜର ନୂଆ ସୋ’ର ପ୍ରଥମ ଅଧ୍ୟାୟରେ ସଲମାନ ଖାନ୍‌ ଅତିଥି ଭାବରେ ଯୋଗ ଦେବାକୁ ଥିବା ବେଳେ ବିବାହର ପ୍ରସ୍ତୁତିକୁ ଅଧାରେ ଛାଡ଼ି କପିଲ ସୁଟିଂ ପାଇଁ ମୁମ୍ବାଇରେ ପହଞ୍ଚିଥିଲେ । ତେବେ ଆଗକୁ ବିବାହ ଥିବା ବେଳେ କପିଲ ନିଜ ପ୍ରଶଂସକଙ୍କ ପାଇଁ ମଧ୍ୟ ଖାସ୍‌ ବ୍ୟବସ୍ଥା କରିଥିବାର ସୂଚନା ମିଳିଛି ।

ପ୍ରଶଂସକମାନେ ତାଙ୍କ ବିବାହରେ ଯୋଗ ନ ଦେଇ ପାରିଲେ ମଧ୍ୟ ତାଙ୍କ ବିବାହକୁ ଲାଇଭ୍‌ ଦେଖି ପାରିବେ ବୋଲି କପିଲ କହିଛନ୍ତି । ୟୁଟ୍ୟୁବ୍‌ ଜରିଆରେ ପ୍ରଶଂସକମାନେ କପିଲ-ଗିନ୍ନୀଙ୍କ ବିବାହରେ ସାମିଲ ହୋଇ ପାରିବେ । ଏ ନେଇ ଏକ ଟିମ୍‌ ମୁମ୍ବାଇରୁ ଜଲନ୍ଧର ଆସୁଥିବା ଜଣା ପଡ଼ିଛି । ଲାଇଭ୍‌ ଭିଡିଓକୁ ଯେମିତି କେହି ଡ଼ାଉନ୍‌ଲୋଡ଼ କରି ପାରିବେ ନାହିଁ, ସେ ନେଇ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣା ପଡ଼ିଛି । କପିଲଙ୍କ ବିବାହ ଲାଇଭ୍‌ ହେବା ଖବର ତାଙ୍କର ବନ୍ଧୁ ଜୋରା ରନ୍ଧାଓ୍ଵା ଏକ ଭିଡିଓ ପୋଷ୍ଟ କରି ସେୟାର କରିବା ପରେ ଖବରଟି ସାମ୍ନାକୁ ଆସି ପାରିଛି ।

ସମ୍ବନ୍ଧିତ ଖବର