କପିଲ ଶର୍ମାଙ୍କର ନୂଆ ସୋ’ର ପ୍ରସାରଣ ଆରମ୍ଭ ହେଉଛି , ଜାଣନ୍ତୁ କେବେ ?

ମୁମ୍ବାଇ: ଆଙ୍କର ଓ ଆକ୍ଟର- କମେଡିଆନ୍‌ କପିଲ ଶର୍ମାଙ୍କର ଗତ ବର୍ଷ ଟି ଆଦୌ ଭଲରେ କଟି ନଥିଲା । ପ୍ରଥମେ ସେ ଫ୍ଲାଇଟରେ ଆସୁଥିବା ବେଳେ ତାଙ୍କର ସାଥୀ କଳାକାର ସୁନୀଲ ଗ୍ରୋଭରଙ୍କୁ ଅଭଦ୍ର ବ୍ୟବହାର କରିବାକୁ ନେଇ ସମାଲୋଚିତ ହୋଇଥିଲେ । ଏହି ଘଟଣା ପରେ ସୁନୀଲ କପିଲ ଶର୍ମାଙ୍କ ‘ ଦ କପିଲ ଶର୍ମା ସୋ’ ରୁ ଓହରି ଯାଇଥିଲେ । କଥା ସେତିକିରେ ଶେଷ ହୋଇ ନଥିଲା ।
ସୁନୀଲ ଗ୍ରୋଭର ସୋ’ ଛାଡ଼ିବା ପରେ ଦ କପିଲ ଶର୍ମା ସୋ’ର ଟିଆରପି ତଳକୁ ଆସି ଯାଇଥିଲା । ଏପରିକି ଏହାକୁ ଟପ୍‌ ଟେନ୍‌ରେ ବି ସ୍ଥାନ ମିଳି ନଥିଲା । ସୁନୀଲଙ୍କ ପରେ ଅନ୍ୟ କେତେକ ସାଥୀ କଳାକାର ବି ସୋ’ ଛାଡି ଦେଇଥିଲେ । ଏହାପରେ କପିଲ ଶର୍ମା ଭୀଷଣ ଅସୁସ୍ଥ ହୋଇ ଚିକିତ୍ସିତ ହେଲେ । ଯଦିଓ ସେ ସୁନୀଲଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରି ସୋ’କୁ ଫେରି ଆସିବା ଲାଗି ଅନୁରୋଧ କରିଥିଲେ, ମାତ୍ର ଫେରି ନ ଥିଲେ ।
ଏଣେ କପିଲ ଶର୍ମାଙ୍କ ଦ୍ୱିତୀୟ ସିନେମା ‘ଫିରଙ୍ଗୀ’ ବି ଭଲ ଚାଲି ନ ଥିଲା ଗତ ବର୍ଷ । ତାଙ୍କର ପ୍ରଥମ ସିନେମା ‘ କିସ୍‌ କିସ୍‌ କୋ ପ୍ୟାର୍‌ କରୁଁ’ ସୁପରହିଟ୍‌ ହୋଇଥିବା ବେଳେ ‘ଫିରଙ୍ଗୀ’ ଫ୍ଲପ୍‌ ହେଲା ।

photo-youtube

ତେବେ ସେ ଯାହା ହେଉନା କାହିଁକି କପିଲ ଶର୍ମା ପୁଣି ସୋନି ଟିଭି ଚାନେଲରେ ନିଜର ସୋ’ ନେଇ ଫେରୁଥିବା ଜଣାଯାଇଛି । ଏଥର ବି ସୁନୀଲ ଗ୍ରୋଭର ଙ୍କ ସାଥ୍‌ ମିଳି ନାହିଁ କପିଲଙ୍କୁ । ପ୍ରାପ୍ତ ସୂଚନା ଅନୁଯାୟୀ ଏହି ସୋ’ର ଟିଜର ର ସୁଟିଂ ଆରମ୍ଭ ହୋଇଯାଇଛି, ଏହି ରିଆଲିଟି ସୋ’ର ପ୍ରସାରଣ ଆଗାମୀ ମାର୍ଚ୍ଚ ମାସରେ ଆରମ୍ଭ ହେଉଥିବା ମଧ୍ୟ ଜଣାଯାଇଛି । ଦେଖାଯାଉ କପିଲ ଶର୍ମା କିଭଳି କମ୍‌ବ୍ୟାକ୍‌ କରୁଛନ୍ତି !

ସମ୍ବନ୍ଧିତ ଖବର