ଗର୍ଲଫ୍ରେଣ୍ଡଙ୍କ ସହ ଶିରଡିରେ କପିଲ ଶର୍ମା

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ତଥା ତଥା ଟେଲି ଦୁନିଆର ଜଣାଶୁଣା ଉପସ୍ଥାପକ ତଥା କମେଡିଆନ୍‌ କପିଲ ଶର୍ମା ପୁଣି ଚର୍ଚ୍ଚାରେ ଅଛନ୍ତି। ସେ ଗତକାଲି ନିଜର ଗର୍ଲ ଫ୍ରେଣ୍ଡ ଗିନ୍ନି ଚିତରଥ୍‌ଙ୍କ ସହ ଶିରଡିରେ ପହଞ୍ଚିଥିଲେ। ଏହା ପୂର୍ବରୁ ଶୁଣିବାକୁ ମିଳୁଥିଲା ଯେ ଗିନ୍ନିଙ୍କ ସହ କପିଲଙ୍କର ବ୍ରେକ୍‌ ଅପ୍‌ ହୋଇଥିଲା। କିନ୍ତୁ ଉଭୟଙ୍କର ପବ୍ଲିକ୍‌ ଆପିଅରାନସ୍‌ ଏକଥାରେ ପୂର୍ଣ୍ଣଛେଦ ଟାଣିଛି। ତେବେ ଏହି ଟ୍ରିପରେ କେବଳା କପିଲ ଶର୍ମାି ନିଜର ଗର୍ଲ ଫ୍ରେଣ୍ଡ ଗିନ୍ନି ଚିତରଥ୍‌ଙ୍କ ସହ ଶିରଡିରେ ପହଞ୍ଚି ନଥିଲେ। ବରଂ ଏଥିରେ ଉଭୟଙ୍କ ସହ ନିର୍ଦ୍ଦେଶକ ରାଜୀବ ଢ଼ିଙ୍ଗରା ମଧ୍ୟ ସେଠାକୁ ଯାଇଥିଲେ।

photo-youtube

କପିଲ ନିଜର ଆଗାମୀ ସିନେମା ‘ଫିରଙ୍ଗୀ’ର ସଫଳତା କାମନା କରିବା ଲାଗି ଶିରଡି ଯାଇ ସାଇବାବାଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ‘ଫିରଙ୍ଗୀ’ ଆଗାମୀ ନଭେମ୍ବର ୨୪ ତାରିଖରେ ମୁକ୍ତିଲାଭ କରିବ। ଏଥିରେ କପିଲ ଶର୍ମାଙ୍କ ବିପକ୍ଷରେ ନାୟିକା ତନୁଶ୍ରୀ ଦତ୍ତଙ୍କ ଭଉଣୀ ଈଶିତା ଦତ୍ତ ଅଭିନୟ କରିଛନ୍ତି। ଏହି ସିନେମାର ଟ୍ରେଲରକୁ ଦର୍ଶକ ପସନ୍ଦ କରିଥିଲେ ବି ଦର୍ଶକ ତାଙ୍କ ସିନେମାକୁ କିଭଳି ହିଟ୍‌ କରାଇବେ ସେଥିପାଇଁ ଶିରଡି ମାଟିରେ ପାଦ ଦେଇଥିଲେ କପିଲ ।

ଏଠାରେ ସୂଚନାଯୋଗ୍ୟ ଯେ ‘ଫିରଙ୍ଗୀ’ର ପ୍ରଯୋଜକ ବି ନିଜେ କପିଲ ଶର୍ମା। ଏହାପୂର୍ବରୁ ସେ ଅନ୍ୟ ଏକ ସିନେମା ‘କିସ୍‌ କିସକୋ ପ୍ୟାର କରୁଁ’ରେ ବି ନାୟକ ବନିଥିଲେ ଏବଂ ତାହାର ପ୍ରଯୋଜକ ବି ଥିଲେ। ଉକ୍ତ ସିନେମାର ନିର୍ଦ୍ଦେଶନା ଦେଇଥିଲେ ଲୋକପ୍ରିୟ ନିର୍ଦ୍ଦେଶକ ଯୋଡି ଅବ୍ଦାସ-ମଦସ୍ତାନ୍‌।

ସମ୍ବନ୍ଧିତ ଖବର