ପୁଣି ଟିଭି ପରଦାରେ ଦିଶିବେ କମେଡି କିଙ୍ଗ୍‌ କପିଲ୍‌ଙ୍କ ପୂରା ଟିମ୍‌

ଖୁବ ଶୀଘ୍ର ପରଦାକୁ ଆସିବ କମେଡି କିଙ୍ଗ କପିଲ ଶର୍ମାଙ୍କ ଫିଲ୍ମ ‘ଫିରଙ୍ଗି’। ଏହାର ପ୍ରମୋସନ ପାଇଁ କପିଲ ବର୍ତମାନ ବିଭିନ୍ନ ଟିଭି ସୋ ରେ ଆସୁଛନ୍ତି। ତାପରେ ବି କପିଲ ସୋନି ଟିଭିରେ ଫିଲ୍ମ ନାଁ ଅନୁସାରେ ‘ଓୟେ ଫିରଗି’ ନାମରେ ଗୋଟିଏ ସୋ କରୁଛନ୍ତି ଯେଉଁଥିରେ କପିଲ ଶର୍ମାଙ୍କ ପୁରା ଟିମ ଏଥିରେ ଆସୁଛନ୍ତି।

ନଭେମ୍ବର ୨୫, ଶନିବାର ଦିନ ସୋନି ଟିଭିର ସୋ’ରେ ଫିଲ୍ମର ପୁରା ଟିମ ସହ ନଭଜ୍ୟୋତି ସିଂହ ସିଦ୍ଧୁ, ଭାରତୀ ସିଂହ, କିକୁ ଶାରଦା, ଚନ୍ଦନ ପ୍ରଭାକରଙ୍କ ସହ ସାମନାରେ କପିଲ ଶର୍ମାଙ୍କୁ ଦେଖିବାକୁ ମିଳିଥିଲା। ପୂରା ଟିମ ସହ କପିଲଙ୍କୁ ଦେଖି ଲୋକମାନେ ବି ପସନ୍ଦ କରୁଛନ୍ତି। ସୂଚନା ଅନୁସାରେ କପିଲ ଶର୍ମାଙ୍କ ସେକେଣ୍ଡ ଫିଲ୍ମ ‘ଫିରଙ୍ଗି’ ନଭେମ୍ବର ୨୪ରେ ରିଲିଜ ହେବାର ଥିଲା କିନ୍ତୁ ରିଲିଜକୁ ଏବେ ବାତିଲ କରାଯାଇଛି।

ଏହା ପୂର୍ବରୁ କପିଲ ‘କିସ କୋ ପ୍ୟାର କରୁଁ ମେ’ ଫିଲ୍ମରେ ଅଭିନୟ କରିସାରିଛନ୍ତି। କପିଲ ଶର୍ମା ସୋ ଜରିଆରେ କପିଲ ବହୁତ ପ୍ରସିଦ୍ଧ ହୋଇଥିଲେ କିନ୍ତୁ ସୁନୀଲ ଗ୍ରୋଭର ସୋ ରୁ ପଳାଇବା ଓ କପିଲଙ୍କ ସ୍‌ୱାସ୍ଥ୍ୟ ଖରାପ ଯୋଗୁ ଏହି ସୋ ବନ୍ଦ ହୋଇଯାଇଥିଲା। କପିଲ ଶର୍ମାଙ୍କ କମେଡି ସୋ’ ପୁଣିଥରେ ଆରମ୍ଭ ହେବ ବୋଲି ଚର୍ଚ୍ଚା ହେଉଛି। ଦର୍ଶକମାନେ ବି ଏହି କମେଡି ସୋ’କୁ ମିସ କରୁଛନ୍ତି। ନିଜେ କପିଲ ଶର୍ମା ଅନେକ ସମୟରେ କହିଛନ୍ତି କି ଏହି ସୋ’ ଶୀଘ୍ର ଆରମ୍ଭ ହେବା ଉଚିତ। କିନ୍ତୁ କେବେ ଆରମ୍ଭ ହେବ କିମ୍ବା ଏହି ସୋ’ କେବେ ଆସିବ ସେ ବିଷୟରେ କିଛି କହିନାହାନ୍ତି।

ହଲିଉଡ ସହ କପିଲ ଶର୍ମା ଆସୋସିଏସନ ଯୋଡିହେବା ଖବର ଶୁଣିବାକୁ ମିଳୁଛି। ଆମେରିକାର ‘କମେଡି କରି’ ପ୍ରୋଜେକ୍ଟ ନଜରରେ ଆସିପାରନ୍ତି କମେଡି କିଙ୍ଗ କପିଲ ଶର୍ମା। କଥାବାର୍ତ୍ତା କରିବା ପାଇଁ କପିଲ ଖୁବ ଶୀଘ୍ର ଆମେରିକା ଯିବେ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର