କପିଲ ଶର୍ମାଙ୍କ ନୂଆ ଏପିସୋଡ୍ ଆରମ୍ଭ ହେବାକୁ ଯାଉଛି। ତେବେ କପିଲ ଏଥିପାଇଁ ନିଜ ପତ୍ନୀ ଗିନ୍ନି ଚତରଥଙ୍କୁ ଶ୍ରେୟ ଦେଇଛନ୍ତି। କପିଲ କହିଛନ୍ତି, କରୋନା ପାଇଁ ସେ ସୁଟିଂ କରିବାକୁ ଟିକେ ଅମଙ୍ଗ ହେଉଥିଲେ। ମାତ୍ର ତାଙ୍କ ପତ୍ନୀ ଗିନ୍ନି ତାଙ୍କୁ ସୁଟିଂକୁ ଫେରିବା ପାଇଁ ପ୍ରେରଣା ଦେଇଥିଲେ। କପିଲ୍ କହିଛନ୍ତି, ଗିନ୍ନି ସୁଟିଂକୁ ଯିବା ପାଇଁ କହି କହି ୪ ମାସ ହେଇଗଲା ମୋ ମୁଣ୍ଡ ଖରାପ କରିଦେଲେ। କପିଲ ଏକଥା ମଧ୍ୟ କହିଛନ୍ତି, କପିଲ୍ ଶର୍ମା ସୋ’କୁ ବହୁ ପ୍ରଶଂସକ ଝୁରୁଥିବା କଥା ବାର୍ତା ଯୋଗେ ଜଣାଇଥିଲେ। ପୁନଃ ଆରମ୍ଭ ହେବାକୁ ଯାଉଥିବା ସୋ’ର ପ୍ରଥମ ଏପିସୋଡ୍ରେ ସୋନୁ ସୁଦ୍ ଅତିଥି ହୋଇଥିବା ବେଳେ ସୁଟିଂ ଶେଷ ହୋଇସାରିଛି। ସୋ’ କରିବା ବେଳେ ପୂରା ସୁଟିଂ ସେଟ୍କୁ ସାନିଟାଇଜ୍ କରାଯାଇଥିଲା। ଏହାର ସମସ୍ତ ଶ୍ରେୟ ସେ ପ୍ରଯୋଜକଙ୍କୁ ଦେଇଛନ୍ତି। ସ୍ବଳ୍ପ ଅଭିନେତା ଓ ୪-୫ ଟିମ୍ ସଦସ୍ୟଙ୍କ ସହ କାମ କରାଯାଇଥିବା ସେ ସୂଚନା ଦେଇଛନ୍ତି।
କପିଲ୍ ଶର୍ମା ସୋ’ ପୁନଃ ଆରମ୍ଭ ପଛରେ କପିଲ୍ଙ୍କ ପତ୍ନୀଙ୍କ ହାତ
/sambad/media/post_attachments/wp-content/uploads/2020/07/kapil-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)