ହଲିଉଡ ଯିବେ କପିଲ ଶର୍ମା

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ଏବଂ ଦୀପିକା ପାଦୁକୋନ୍‌ଙ୍କ ପରେ ଏବେ ଆଉ ଜଣେ ବଲିଉଡ ସେଲିବ୍ରିଟି ହଲିଉଡ ଯିବାକୁ ସଜବାଜ ହେଉଛନ୍ତି। ସେ ହେଲେ ଲୋକପ୍ରିୟ କମେଡିଆନ୍‌ କପିଲ ଶର୍ମା। ଇତିମଧ୍ୟରେ ହଲିଉଡର ଏକ ପ୍ରଯୋଜନା ସଂସ୍ଥା କପିଲ ଶର୍ମାଙ୍କୁ ନେଇ ଏକ ହଲିଉଡ କମେଡି ସିରିଜ୍‌ ପ୍ରସ୍ତୁତ କରିବାର ଯୋଜନା କରିଛନ୍ତି। କେବଳ ଚୁକ୍ତିବଦ୍ଧ ହେବା ବାକି ଅଛି ବୋଲି ନିର୍ଦ୍ଦେଶକ ରାଜୀବ ଢ଼ିଙ୍ଗରା କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହାର ଟାଇଟଲ ‘କମେଡି କରି’ ରହିବ ବୋଲି ବି ସେ ସୂଚନା ଦେଇଛନ୍ତି।ଏଠାରେ ସୂଚନାଯୋଗ୍ୟ ଯେ କପିଲ ଏବେ ବେଙ୍ଗଲୁରରୁ ସୁସ୍ଥ ହୋଇ ଫେରିଛନ୍ତି ଏବଂ ନିଜର ଆଗାମୀ ସିନେମା ‘ଫିରଙ୍ଗୀ’ର ପ୍ରମୋସନ୍‌ କରୁଛନ୍ତି।

ସମ୍ବନ୍ଧିତ ଖବର